ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାବି ପୂରଣ ନ ହେବାରୁ ବନ୍ଦାଗାଁ ଗ୍ରାମବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ,ହେଲେ ଅପମାନିତ

ଗୋଳାମୁଣ୍ଡା/୧୫/୧୦/ ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୋରଗୁଡ଼ା ପଞ୍ଚାୟତର ବନ୍ଦାଗାଁ ଗ୍ରାମର ତେଲନଦୀ  ମୁହାଣରେ ମେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବାକୁ ଯାଉଛି, ମେଗା ପ୍ରକଳ୍ପନିର୍ମାଣ ପୂର୍ବରୁ ଗ୍ରାମବାସୀ ଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏପର୍ଯ୍ୟନ୍ତ ପୂରଣ କରି ନାହାନ୍ତି, ମୁଖ୍ୟତ ଯେଉଁ ଠାରେ ମେଗା ପ୍ରକଳ୍ପ ଗୃହ ହେଉଛି ସେହିଠାରେ ଚାରି ଜଣ ଗରିବ ବ୍ୟକ୍ତି  ଲାବଣ୍ୟ ନିଆଲ, ଚିପୁ ନିଆଲ, ତୁର୍ତୁରୀ ବେୱା ଓ ରାଜୁ ନିଆଲ ଏମାନେ ଚାଷ କରି ନିଜ ନିଜର ପରିବାର ପ୍ରତିପୋଷଣ କରୁ ଥିଲେ ହେଲେ ତାଙ୍କୁ କ୍ଷୟ କ୍ଷତି ଯୋଗାଇ ଦେବାକୁ ଘୋଷଣା କରିଥିଲେ  ହେଁ ତାହା ଏଯାବତ୍ ମିଳିଲା ନାହିଁ, ବନ୍ଧା ଗାଁକୁ ସ୍ୱତନ୍ତ୍ର ପାଣିଟାଙ୍କି ଦେବାର ପ୍ରତିଶ୍ରୁତି ଦେଇଥିଲେ ତାହା ବି ପୂରଣ ହୋଇ ନାହିଁ, ଦୀର୍ଘ ଦିନ ଧରି ବନ୍ଦାଗାଁ ବାସୀ ଦାବି କରିଆସୁଛନ୍ତି ହେଲେ ଜଳ ସମ୍ପଦ ବିଭାଗ ଅଣଦେଖା କରୁଥିବାରୁ ଗ୍ରାମବାସୀ ପକ୍ଷରୁ ଗତ କାଲି ଭବାନୀପାଟଣା ଜଳସମ୍ପଦ ବିଭାଗ କୁ ଯାଇ ଦେଖା କରି ଥିଲେ ,ଏ ନେଇ ଗତକାଲି ବନ୍ଦାଗାଁ ଗ୍ରାମବାସୀ ବହୁ ସଂଖ୍ୟକ ଲୋକ ଜଳ ସମ୍ପଦ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମିଶ୍ରଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେଠାରେ ଅଜୟ ମିଶ୍ର ମହାଶୟ  ରାଗି ଯାଇ ଧିକାର କରି ଅବମାନନା କଲେ ବୋଲି ବୋରଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଜୟରାମ ସାହୁ ଓ ୱାର୍ଡ ମେମ୍ୱର ମଦନ ସୁନାନୀ ଓ ଗ୍ରାମବାସୀ କହିଛନ୍ତି । ଦୁଃଖର ବିଷୟ ଏହି ଯେ ଜଣେ ସରକାରୀ କର୍ମଚାରୀ ଜନସାଧାରଣଙ୍କୁ ଏପରି ବ୍ୟବହାର କରିବା ଯୁକ୍ତିଯୁକ୍ତ କି ବୋଲି ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି,ଏବଂ ଆଗାମି ଦିନରେ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି  ପୂରଣ ନ ହୁଏ ତେବେ ଭୀଷଣ ଭାବେ ଆନ୍ଦୋଳନ ର ରୂପ ଧାରଣ କରିବ ବୋଲି ସରପଞ୍ଚ ଜୟ ରାମ ସାହୁ, ୱାର୍ଡ ମେମ୍ୱର ମଦନ ସୁନାନୀ,ମଧୁ ବଗର୍ତ୍ତି, ଧନିରାମ ହଂସ, ଧ୍ୱଜ ଲହଜଳ, ମଦନ ବଗର୍ତ୍ତି, ସନ୍ତୋଷ ସୁନାନୀ, ତ୍ରିଲୋଚନ ମସରା, କୈଳାସ ସୁନାନୀ, ସୁବାଷ ଚାଲାନ, ଅନାଦି ବଗର୍ତ୍ତି, ଅକ୍ଷୟ ମାଝୀ, ରମେଶ କହର, ଋଷିମଣି ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

 ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତି ଶୀଳ ମସିହା,

Related posts

ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୋ ସ୍କୁଲ ଅଭିଯାନକୁ ହାତ ବଢ଼ାଇଲେ ଝିଅ

Sunil Chandra Nayak

ଦଳିତ ଅଧିକାର ମଞ୍ଚର ଦାବୀ କୁ ସମ୍ମାନ ଦେଇଥିବାରୁ ବୋଡେନ ବିଡିଓଙ୍କୁ ସାଧୁବାଦ ଜଣାଇଲେ ଦଳିତ ଅଧିକାର ମଞ୍ଚ ସଭାପତି

Sunil Chandra Nayak

ବାଲି ଚୋରା ଚଲାଣ ଅଭିଯୋଗ, ରାଜସ୍ବ ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କା ଫାଇନ

Sunil Chandra Nayak

Leave a Comment

error: Content is protected !!