ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଖଣ୍ଡିଆଗୁଡା ରେ ଅନ୍ଧବିଶ୍ୱାସ ଆଗରେ ସଚେତନତା କାର୍ଯ୍ୟକ୍ରମ ତୁଛ ହୋଇଗଲା : ଗୁରୁମାଇ ଆଣି ପୂଜା ଓ ବଳି ଦେଲେ

ତେନ୍ତୁଳିଖୁଣ୍ଟି : ୧୫/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ଗ୍ରାମପଞ୍ଚାୟତ ର ଖଣ୍ଡିଆଗୁଡା ଗ୍ରାମରେ ସରପଞ୍ଚ ସମିତି ସଭ୍ୟ। ପଂଚାୟତ ନିର୍ବାହୀ ଅଧିକାରୀ ତଥା,ସ୍ୱାସ୍ଥ୍ୟ ବିଭାଗ ଟିମ ର ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ପରଜା ସାହି ବାସୀ ଅନ୍ଧ ବିଶ୍ୱାସ କୁ ହିଁ ଆପଣେଲେ। ଗତକାଲି ଠାରୁ ଗୁରୁମାଇ ଭିକୁ ଜାନୀ ଙ୍କୁ ଆଣି ପୂଜା ଓ ବଳି କାର୍ଯ୍ୟକ୍ରମ ଚାଲିଛି। କୁକୁଡ଼ା ବଳି ଓ ଘୁଷୁରୀ ବଳି ସରିଛି ଆଗକୁ କଣ ବଳି ଦେଉଛନ୍ତି ଦେଖିବାକୁ ରହିଲା। ଖଣ୍ଡିଆଗୁଡା ଗ୍ରାମର ପରଜା ସାହି ରେ 13 ଦିନରେ ଛ ଜଣ ଙ୍କ ମୃତ୍ୟୁ ପରେ ଗ୍ରାମର ଉକ୍ତ ସାହି ବାସୀ ବୈଠକ କରି ଦେବୀ କୋପ ବା ଆସୁରିକ ଶକ୍ତି ଯୋଗୁଁ ଏଭଳି ଜୀବନ ଯାଉଛି ,ଗୁରୁମାଇ ଆଣି ପୂଜା କରିବେ ବୋଲି ନିଷ୍ପତ୍ତି ନେଇଥିଲେ।କିନ୍ତୁ ପଂଚାୟତ ପ୍ରତିନିଧି ଓ ସ୍ୱାସ୍ଥ୍ୟ ବିଭାଗ ଟିମ ଏହା ମଦ୍ୟପାନ ଜନିତ ବୋଲି ବୁଝାଇ ଥିଲେ। ତଥାପି ଦୁଇ ଦିନ ପୂଜା ଅନ୍ଧବିଶ୍ୱାସ ଆଗରେ ସଚେତନତା କୁ ତୁଛ ବୋଲି ମନେହେଉଛି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ମୁଡିଙ୍ଗ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବର ଦାତା ସମ୍ମିଳନୀ

Sunil Chandra Nayak

ମାରୱାଡି ଯୁବା ମଞ୍ଚର ମେଗା ରକ୍ତଦାନ ଶିବିର  , ୧୧୧ ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

Leave a Comment

error: Content is protected !!