ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବା ଭୈରବ ୟୁଥ୍ କ୍ଲବ ତରଫରୁ ସଫା କରାଗଲା ଗଛ ମୁଳର ଘାସ

ନବରଙ୍ଗପୁର— (ମସିହା) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେନେରା ଗ୍ରାମ ପଞ୍ଚାୟତ ଶଙ୍କରଡା ଗ୍ରାମର ବାବା ଭୈରବ ୟୁଥ କ୍ଲବ ତରଫରୁ ଗ୍ରାମ ରାସ୍ତା ପାର୍ଶ୍ଵରେ ଲଗାଯାଇଥିବା ଗଛ ମୁଳ ସଫାକରି ଗଛ ବଢିବା ପାଇଁ ବ୍ୟବସ୍ଥା କରି ସବୁଜ ବନାନୀ ସ୍ରୁଷ୍ଟି କରାଇବା ପ୍ରୟାସ ଜାରୀ ରଖି ମାନବ ଜୀବନ ପାଇଁ ଅମ୍ଲଜାନ ଯୋଗାଇବା ଥିଲା ମୁଳ ଲକ୍ଷ।ଏଣୁ ଏଇ ଗ୍ରାମର ଆଦିବାସୀ ଯୁବକମାନେ ଏକଜୁଟ ହୋଇ ବାବା ଭୈରବ ୟୁଥ୍ କ୍ଲବ ସଭାପତି କେଶରୀ ଙ୍କ ନେତ୍ରୁତ୍ଵରେ ସମସ୍ତ କ୍ଲବ ସଦସ୍ୟମାନଙ୍କ ମଧ୍ୟରୁ ସନାଧର,ସମନଦାସ,ଅନନ୍ତରାମ,କୁମ,ଚନ୍ଦନ,ଅଗାଧୁ,ଅମର ସିଂ,ନିରଞ୍ଜନ,ବଳି,ବସନ୍ତ,ଭରତ,ଦେବେନ୍ଦ୍ର,ସବିଲାଲ,ବନମାଳି ଓ ସରାଦୁ ପ୍ରମୁଖ ଅନ୍ୟମାନେ ଏହି କାମ ରେ ସହଯୋଗ କରିଥିଲେ।ଗ୍ରାମକୁ ସବୁଜ ସୁନ୍ଦର କରିବା ଲକ୍ଷ ନେଇ ସମସ୍ତ ସଦସ୍ୟଙ୍କୁ ସଭାପତି ବ୍ୟାପକ ପରାମର୍ଶ ଦେଇ ଥିଲେ।ବ୍ରୁକ୍ଷ ହି ଜୀବନ ,ବୃକ୍ଷର ଯତ୍ନନେବାକୁ ଗ୍ରାମବାସୀକୁ ସଭାପତି କେଶରୀ ଅନୁରୋଧ କରିଥିଲେ।ବାବା ଭୈରବ ୟୁଥ୍ କ୍ଲବ ର ସମସ୍ତ ସଦସ୍ୟଙ୍କୁ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କୋକସରା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ ସୁରଭି ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ବୈଠକ

Sunil Chandra Nayak

Leave a Comment

error: Content is protected !!