ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ବାଟରେ ଯାଉଛି ତୋ ନାମ ଧରୁଛି
    ଜଗା କେଡେ ଭାଗ୍ୟବାନ 
ଜଗତ ଭିତରେ ସଂସାର ତାହାର
     ସଭିଙ୍କୁ ରଖେ ସମାନ।
ଆଶିର୍ବାଦ ତାର ସୂରୁଯ ସମାନ
    ସରବେ ଦିଏ ଆହାର
ଭକ୍ତିରେ ରଖିଛି ଶକ୍ତିରେ ଦେଉଛି
    ପ୍ରଭୁ ଭକ୍ତି ମୋ ଜୁହାର।
ବିପଦ ଆସିଲେ ଠିଆ ହୁଏ ବାଡ଼
     ସାହସ ଦେ ଜନବଳ
ପରାଣ ବଞ୍ଚିବା ଜୀବନର ଶକ୍ତି
   ପ୍ରଭୁ ମୋ ଜନ ସମ୍ବଳ।
ଯେତେ ବାଧା ବିଘ୍ନ ଆସୁ ପ୍ରଭୁ ସାହା
        ପଥ ଯିବି ନାହିଁ ଭୁଲି
ସକାଳ ସନ୍ଧ୍ୟାରେ ତାଙ୍କୁ ମୁ ପ୍ରାର୍ଥନା
     ଯା ଦୋଷ କ୍ଷମା ମାଗିଲି।
ବାଳୁତ କାଳରୁ ଗାନ୍ଧାରୀ ଶତକ
    ଅଣ୍ଡା କରିଥିଲେ ଧ୍ବଂସ
ବ୍ରହ୍ମ ଅଭିଶାପ ପଡ଼ିଲା ଉପରେ
  ତା ବଂଶ ହୋଇଲା ଶେଷ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଜଳବନ୍ଦୀ ତଲଙ୍ଗ: ସମସ୍ୟାରେ ଜର୍ଜରିତ “ନା ବ୍ଲକ ପ୍ରଶାସନ ନା ରାଜନେତା କାହାରି ଦୃଷ୍ଟି ପଡୁନି 

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧନ୍ୟ ହେ ମହାତ୍ମା

Sunil Chandra Nayak

Leave a Comment

error: Content is protected !!