ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରମାଠ ଗ୍ରାମରେ ଦଶପୁର ମଣ୍ଡଳର ଚାଷୀ ସମାବେଶ

ଗୋଳାମୁଣ୍ଡା ୧୬/୧୦/ମସିହା,  କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ରେଙ୍ଗସାପଲି ଗ୍ରାମ ପଞ୍ଚାୟତର କର୍ମାଠ ଗ୍ରାମର ଆମ୍ବତୋଟା ଠାରେ ଗତକାଲି ଭୁବନେଶ୍ୱର ବିଶ୍ୱାଳ ଙ୍କ ନେତୃତ୍ୱରେ ଚାଷୀ ମାନଙ୍କୁ ନେଇଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଦଶପୁର ମଣ୍ଡଳ ପ୍ରତି ପଂଚାୟତର ଚାଷୀ ମାନେ ଉପସ୍ଥିତ ଥିବା ବେଳେ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା,ଜିଲ୍ଲା ପରିଷଦମାନେ ବୈଠକରେ ଯୋଗ ଦେଇ ଥିଲେ।  ପୂର୍ଵତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ମାନ୍ୟବର ଦିବ୍ୟଶଙ୍କର ମିଶ୍ର  ମୁଖ୍ୟ ଅତିଥି ଭାବରେ  ଏହି ସଭାରେ ଯୋଗ ଦେଇଥିଲେ।   ପ୍ରତିବର୍ଷ ଗୋଳାମୁଣ୍ଡା ବ୍ଲକରେ ବର୍ଷା ଅଭାବ ଯୋଗୁଁ ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଅଧିକାଂଶ ଚାଷୀ ସରକାରଙ୍କ ପକ୍ଷରୁ ସହାୟତା ପାଇବାରେ ବିଫଳ ହୋଇଛନ୍ତି , ଗତ ୨୦୨୧ ମସିହାରେ ମରୁଡି ଦେଖା ଦେଇଥିବା ବେଳେ ଅନେକ ଚାଷୀ ସରକାରୀ ସ୍ତରରେ ଯୋଗାଇ ଥିବା ଅର୍ଥ ପାଇବାରୁ ବଞ୍ଚିତ ହୋଇଥିଲେ । ଏହି କାରୁଣରୁ ଚାଷୀ ମାନଙ୍କ ପାଇଁ ଦୁଇ ଗୋଟି ମେଗା ପ୍ରକଳ୍ପ ଯଥା, ତେଲ ନଦୀ ଠାରୁ ବନ୍ଧା ଗାଁ ରୁ ଫରଙ୍ଗ, ଫୁଣ୍ଡା, ଦଶପୁର, ବୃନ୍ଦାବାହଲ, ଖାଲିଆକାନି ରୁ ଗୋଳାମୁଣ୍ଡା ଏବଂ ବଡ଼ଚେରଗା ତେଲ ନଦୀରୁ ମାନଝରି ପଞ୍ଚାୟତ ପ୍ରଯ୍ୟନ୍ତ ଦୁଇଗୋଟି ମେଗା ପ୍ରକଳ୍ପ ନିର୍ମାଣପାଇଁ ମାଣିକେଶ୍ୱରୀ କୃଷକ କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୂର୍ବରୁ ଅନୁରୋଧ କରାଯାଇଛି ।  ଉକ୍ତ ସମସ୍ୟାର ସମାଧାନ ପାଇଁ ମାନ୍ୟବର ବିଧାୟକ ଦିବ୍ୟଶଙ୍କର ମିଶ୍ର ଙ୍କ  ଠାରେ ଆଜି ସେହି ସମସ୍ୟା ସମ୍ପର୍କରେ ଭୁବନେଶ୍ୱର ବିଶ୍ୱାଳ ଅବଗତ କରିଥିଲେ, ୨୦୨୧ ମସିହାରେ ହୋଇ ଥିବା ମରୁଡ଼ିରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଯେଉଁ ଚାଷୀ ପାଇନାହିଁ ତାଙ୍କୁ ତୁରନ୍ତ ତଦନ୍ତ କରି ଯୋଗାଇ ଦିଆ ଯାଉ, ଏବଂ ବନ୍ଧା ଗାଁ ଓ ବଡ଼ଚେରଗାଁ ତେଲନଦୀ ଠାରେ ଦୁଇଗୋଟି ମେଗା ପ୍ରକଳ୍ପ ଯୋଜନା ନିର୍ମାଣ ହେଲେ  ଗୋଳାମୁଣ୍ଡା ବ୍ଲକରେ ଥିବା ୨୪ଟି ଗ୍ରାମ ପଞ୍ଚାୟତର ଚାଷୀମାନେ ଚାଷ କରି ଉପକୃତ ହେବେ ବୋଲି ଆଜିକାର ସଭାରେ ଚାଷୀଦାବି କରିଥିଲେ, ଚାଷୀ ମାନଙ୍କ ଦାବିକୁ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଠାରେ ଉପସ୍ଥାପନ କରିବି ବୋଲି ମାନ୍ୟବର ବିଧାୟକ ଦିବ୍ୟଶଙ୍କର ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି,ଦେଖିବାକୁ ବାକି ରହିଲା ବିଧାୟକ ଙ୍କ ପ୍ରତିଶ୍ରୁତି।

ଗୋଳାମୁଣ୍ଡା ବ୍ଲକରୁ ରାମ କୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତି ଶୀଳ ମସିହା

Related posts

ଦଳେଇଡିହି ଗ୍ରାମ୍ୟ ଜଙ୍ଗଲରେ ଥିବା ଏକ ଅଚଳ କୂଅରୁ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର 

Sunil Chandra Nayak

ଆଦର୍ଶ ପାଠାଗାରର ଆଲୋଚନାଚକ୍ର

Sunil Chandra Nayak

ଆଇନ ମହାବିଦ୍ୟାଳୟ ଓ ସମାଜ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

Leave a Comment

error: Content is protected !!