ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ମ,ରାମପୁର,୧୬/୧୦( ମସୀହା) ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମ ଜୟନ୍ତୀ ଅବସରରେ ମ.ରାମପୁର ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହତ୍ ଦାନ ବୋଲି ଏହି କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିର ରେ ସରକାରୀ,ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ସ୍ୱଛାକୃତ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବ୍ଳକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଲଳିତା ନାଏକ,ମ.ରାମପୁର ବ୍ଳକ ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, କର୍ଲା ମୁଣ୍ଡା ବ୍ଲକ୍ ସଭାପତି ସୁରେନ୍ଦ୍ର ସାହୁ ମ, ରାମପୁର ବିଜୁ ଯୁବ ଜନତା ଦଳ ସଭାପତି ସତ୍ୟ ନାରାୟଣ ସାହୁ, ସରପଞ୍ଚ ବୀଣାପାଣି ସାହୁ,ଯୁବ ନେତା ବିକାଶ ରଂଜନ ସିଂହଦେଓ, ଦେବେନ୍ଦ୍ର ପୋଢ଼, ଶୁଭମ୍ ମହାନ୍ତି, ମ ରାମପୁର ପଞ୍ଚାୟତ ସଭାପତି ପ୍ରଦୀପ ପାଣିଗ୍ରାହୀ, ଛାତ୍ର ସଭାପତି ସୋମନାଥ ବାରିକ୍, କର୍ଲାମୁଣ୍ଡା ଯୁବ ସଭାପତି ସଙ୍ଗୀତ ଭୋଇ, ଛାତ୍ର ସଭାପତି ସଲିମ୍ ଶେଖର ରଣା, ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୧୯୧ ୟୁନିଟ୍ ରକ୍ତ ସଂଗ୍ରହ କରା ଯାଇଥିଲା ।

ମ,ରାମପୁରାରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜନରଞ୍ଜନ ପ୍ରଧାନ ଙ୍କ କବିତା ମା ହୋଇଲେ ସାହା

Sunil Chandra Nayak

ଆଜି ପୌର ନିର୍ବାଚନ – ସୁଚାରୁ ରୂପେ ପରିଚାଳନା ପାଇଁ ପ୍ରଶାସନ ପ୍ରସ୍ତୁତ

Sunil Chandra Nayak

ସହରକୁ ପଲିଥିନ ମୁକ୍ତ ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ଧର୍ମଗଡ଼ ଏନଏସି ରେ ବ୍ୟବସାୟୀ ସଂଘର ବୈଠକ

Leave a Comment

error: Content is protected !!