ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦର ନୂଆଖାଇ ଜୁହାର ଭେଟ ଉତ୍ସବ

ରାଉରକେଲା/ ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦ ତରଫରୁ ନୂଆଖାଇ ଜୁହାର ଭେଟ ଉତ୍ସବ ସେକ୍ଟର ୬ସ୍ଥିତ ବି ବ୍ଲକ ପଡିଆ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ୧୫ତମ ନୂଆଖାଇ ଜୁହାର ଭେଟ ଉତ୍ସବରେ ଅତିଥି ଭାବେ ମନୋଜ ମହାନନ୍ଦ,ପ୍ରଫୁଲ୍ଲ ସୁନାନୀ, ସୁବ୍ରତ ପଟ୍ଟନାୟକ,ସୁନିଲ୍ କୟାଲ, ବିରଞ୍ଚି ନାରାୟଣ ପଟ୍ଟନାୟକ,କୁମାର ବେହେରା,ସନ୍ତୋଷ ତନ୍ତୀ, ସୁଜିତ ସ୍ବାଇଁ, ଗୌରୀ ନାଗ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଏକ କୃଷିଭିତ୍ତିକ ପର୍ବ ଓ ଏହା ପୂର୍ବ ଓଡିଶାର ରଜ ଉତ୍ସବ ଭଳି ପଶ୍ଚିମ ଓଡିଶାର ଗଣପର୍ବ ବୋଲି ମତ ରଖିଥିଲେ । ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ବିଶି କହିଲେ ଯେ ନୂଆଖାଇ ଏକ ଭାଇଚାରା ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଓ ଗଣ ପର୍ବ। ସମସ୍ତଙ୍କ ମଧ୍ୟରେ ଭାଇଚାରା, ସହାବସ୍ଥାନ ଓ ଶାନ୍ତି ପ୍ରତିଷ୍ଠା ଏହାର ଲକ୍ଷ୍ୟ । କାର୍ଯ୍ୟକାରୀ ସଭାପତି ପରମାନନ୍ଦ କୁମ୍ଭାରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଦୁର୍ଗା ତନ୍ତୀ,ବ୍ୟାସ ନାଥ, ଜୟିଲାଲ କୁମ୍ଭାର, ବଳିରାମ ନନ୍ଦ ଓ କୁମାରୀ ନାଗ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ କଳାହାଣ୍ଡିର ପ୍ରଖ୍ୟାତ କଳାକାର ସର୍ବେଶ୍ବର ଭୋଇଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଗାୟକ ଆଶିଷ କୁମାର, ରିଙ୍କୁରାଜ, ସୁମି ବାଗ୍ ପ୍ରମୁଖ ସମ୍ବଲପୁରୀ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଅତିଥି ଓ ସଭ୍ୟ ମାନେ ମା ସମଲେଇ ଙ୍କୁ ପୂଜାର୍ଚ୍ଚନା ପରେ ପ୍ରାକ୍ତନ ସଭ୍ୟ ରଘୁମଣି ସିକାଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ଶିବପ୍ରସାଦ ନନ୍ଦ,ଭକ୍ତ ନନ୍ଦ,ପ୍ରଭାକର କୁମ୍ଭାର,ଗାଡୁ ବାଗ, ନରହରି ଦୀପ୍,ଜଗବଂଧୁ ନନ୍ଦ,ମହେଶ୍ୱର ନାଗ,ଶିବ ସୁନା,ଭକ୍ତ ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମ.ରାମପୁର ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ଏଡିସନାଲ ଡାଇରେକ୍ଟରଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

ଆରମ୍ଭ ହେଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!