ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପବନ୍ଧୁ ପାଠାଗାରରେ କର୍କଟ ରୋଗ ସଚେତନତା ଶିବିର

ରାଉରକେଲା/ଓଡିଶା ମୋ ପରିବାର’ର ରାଜ୍ୟ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟଙ୍କ ଆବାହକତ୍ବ, ଗୋପବନ୍ଧୁ ପାଠାଗାର, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉତ୍କଳ ସ୍ନେହୀ ମହିଳା ସମିତି ଓ ରୋଟାରୀ କ୍ଲବ ରିଭରସାଇଡ୍ ର ମିଳିତ ସହଯୋଗରେ ପାଠାଗାରର ସତ୍ୟବାଦୀ କକ୍ଷରେ ଏକ କର୍କଟ ରୋଗ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଶ୍ରୀ ରାୟ ତାଙ୍କ ସ୍ବାଗତ ଅଭିଭାଷଣରେ ଓଡ଼ିଶା ମୋ ପରିବାର ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କର୍କଟ ରୋଗ ସଚେତନତା ପାଇଁ ନିଆଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। କଟକର ସଦଗୁରୁ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟରଞ୍ଜନ ମିଶ୍ର ପ୍ରୋଜେକ୍ଟର ସହାୟତାରେ କର୍କଟରୋଗର ଲକ୍ଷଣ, ଏହାର କାରଣ ଏବଂ ଚିକିତ୍ସା ସମ୍ବନ୍ଧରେ ସବିଶେଷ ଆଲୋଚନା କରିବାସହ ଏହି ରୋଗ ସମ୍ବନ୍ଧରେ ସମାଜରେ ପ୍ରଚଳିତ ବିଭିନ୍ନ ଭୁଲ ଧାରଣା ବିଷୟରେ ସଚେତନ କରାଇଥିଲେ। ଶ୍ରୋତା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସରଳତାର ସହ ଦେଇ ସମସ୍ତଙ୍କ ସନ୍ଦେହ ମୋଚନ କରିଥିଲେ। ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ମଧ୍ୟ କର୍କଟ ରୋଗର ଭୟାବହତା ସମ୍ପର୍କରେ ବକ୍ତବ୍ଯ ରଖିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ସୁବାଷ ଚନ୍ଦ୍ର ମହାପାତ୍ର, ଗିରିଜା ଶଙ୍କର ଗୋସ୍ବାମୀ, ହରିହର ଶତପଥୀ, ରମେଶ ଦାସ, ଲକ୍ଷ୍ମଣ ନାଥ ଦାସ, ହରିଶ୍ଚନ୍ଦ୍ର ଭୂମିଜ, ହରିହର ନାୟକ,କୈଳାଶ ଚନ୍ଦ୍ର ସାମଲ,ବିଶ୍ବନାଥ ଜେନା,ସୁଶାନ୍ତ କୁମାର ନାୟକ,ଝୁଲଣ ଜେନା,ବୈକୁଣ୍ଠ ନାଥ ସାହୁ ପ୍ରମୁଖ ସହାୟତା କରିଥିବା ବେଳେ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମା’ଙ୍କ ତାରାତାରିଣୀ ମନ୍ଦିରରପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପ୍ରଶାସନ ର ଉଦ୍ୟମ ପରେ ତେଲେଙ୍ଗାନା ରୁ ଗାଁ କୁ ଫେରିଲେ ବନ୍ଧକ ଦାଦନ ଶ୍ରମିକ

ଚାଷୀଙ୍କୁ ଆଶ୍ୱସ୍ତି,ଧାନ ସମେତ ୧୭ ଖରିଫ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର

Leave a Comment

error: Content is protected !!