ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯାଦବ ସମାଜ ର ନୂଆଖାଇ ଭେଟଘାଟ ପାଳିତ

ରାଇଘର -:  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଟିମନପୁର ପଂଚାୟତ ଠାରେ ଆଜି ଯାଦବ ସମାଜ ର ନୂଆଖାଇ ଭେଟଘାଟ ପାଳିତ ହୋଇ ଯାଇଛି,ଆଖପାଖ ର ବହୁ ସଂଖ୍ୟା ରେ ଲୋକେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ,ସମ୍ମାନୀୟ ଅତିଥି ଭାବେ ଆଦିବାସୀ ଉନ୍ନୟନ ପରିଷଦ ର ଅଧକ୍ଷ ଉପେନ୍ଦ୍ର ଗଣ୍ଡ ଯୋଗ ଦେଇ ଥିଲେ,ମୁଖ୍ୟ ଅତିଥି ଙ୍କୁ ନାଚ ଗୀତ ବାଜା ବଜେଇ ସ୍ୱାଗତ କରିଥିଲେ ଯାଦବ ସମାଜର ମୁଖିଆ ମାନେ, ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଟିମନପୁର ସରପଞ୍ଚ ଙ୍କ ପ୍ରତିନିଧି ଫୁଲସିଂ ଗଣ୍ଡ, ପୂର୍ବତନ ସରପଞ୍ଚ ଟୋପିରାମ ନାୟକ, ଶୁକଦେବ ଗଣ୍ଡ,ବିଜେଡି ର ବ୍ଲକ ସଭାପତି ରାଇସିଂ ଗଣ୍ଡ,ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ,ଜିଲ୍ଲା ପରିସଦ ସଭ୍ୟ ଖଗେଶ୍ୱର ହରିଜନ,ରାମନାଥ କେଉଟ,ଶଙ୍କର ବର୍ମା,ଗଣେଶ କୁମ୍ଭାର,ଭାରତୀୟ ଜନତା ପାର୍ଟି ର ଗୋନା ମଣ୍ଡଳ ଉପସଭାପତି ପ୍ରତାପ ମାଝୀ,ରାଇଘର ମଣ୍ଡଳ ସଭାପତି ମନୋହର ଦଣ୍ଡସେନା,ନୀଳମଣି ଗଣ୍ଡ, ଯାଦବ ସମାଜର ପଂଚାୟତ ସଭାପତି କାଳିଆ ରାଉତ, ଉପସଭାପତି ଉମାଶଙ୍କର ରାଉତ, ଫୁଲଚାନ୍ଦ ଗଣ୍ଡ, କମଲସିଂ ଗଣ୍ଡ, ଯାଦବ ସମାଜର ନାୟକ ପଣ୍ଡୁରୁ ରାଉତ, ନବୀନ ପୂଜାରୀ, ଟେକଚାନ୍ଦ ଗଣ୍ଡ ଆଜିର ଏହି ନୂଆଖାଇ ଭେଟଘାଟ ରେ ଯୋଗ ଦେଇଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ତଥା ଛତ୍ତିଶଗଡ଼ ରୁ ବହୁତ ଯାଦବ ସମାଜର ଲୋକେ ଯୋଗ ଦେଇ ଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

ଜୟ କୁମାର ମିଶ୍ର ଙ୍କ କବିତା ପରୀକ୍ଷାର ଫଳ, କାଢୁଅଛି ଝାଳ

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପ୍ରତାରଣା :  ଧୋକା ଦେଇ ଜେଲ୍ ଗଲେ ଯୁବକ

ନେହେରୁ ଯୁବକ ସଂଘ ପକ୍ଷରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!