ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଏମ କିଷାନ ଯୋଜନା: ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି, ୧୨ କୋଟି କୃଷକ ଉପକୃତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ-୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦି ପିଏମ କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି ଦେଇଛନ୍ତି ।

ମୋଟ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ୱାରା ୧୨ କୋଟି କୃଷକ ଉପକୃତ ହେବେ। ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରାୟ ଦେଶ ବ୍ୟାପୀ ୧୩, ୫୦୦ କୃଷକ ଯୋଗ ଦେଇଛନ୍ତି। ସେହିପରି ୧୫୦୦ ଏଗ୍ରିଷ୍ଟାର୍ଟଅପ ମଧ୍ୟ ସାମିଲ ହୋଇଛି।

ସେହିପରି ଭର୍ଚୁଆଲ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧ କୋଟି କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ସାର ଓ ରସାୟନମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି।

ଏହି ଯୋଜନାରେ ଯୋଗ୍ୟ କୃଷକ ପରିବାରଙ୍କୁ ପ୍ରତି କିସ୍ତିରେ ୨୦୦୦ ଟଙ୍କା କରି ବାର୍ଷିକ ୬୦୦୦ ଟଙ୍କା ଲେଖାଁଏ  ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ‘ପିଏମ୍-କିଷାନ୍‌’ ମାଧ୍ୟମରେ ଏଯାବତ୍‌ ଯୋଗ୍ୟ କୃଷକ ପରିବାର ସବୁ ୨ ଲକ୍ଷ କୋଟିରୁ ଅଧିକ ସହାୟତା ପାଇଲେଣି।

ଚାଷ ଉପଯୋଗୀ ଜମି ଥିବା ଯୋଗ୍ୟ ହିତାଧିକାରୀ କୃଷକମାନଙ୍କୁ ରୋଜଗାର ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍‌ କିଷାନ୍‌ ଯୋଜନା’ ଆରମ୍ଭ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ତୁନାପାରୀ ଗ୍ରାମରେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

Sunil Chandra Nayak

ଚିଲିଗୁଡା ଫାଣ୍ଡି ଦ୍ୱାରା ୧ କୁଇଣ୍ଟାଲ ଗଞ୍ଜେଇ ସହ ଗାଡି ଜବତ, ୨ ଗିରଫ

Sunil Chandra Nayak

Leave a Comment

error: Content is protected !!