ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁହାପାଇପ ଚୋରି କରୁଥିବା ସମୟେ ଚୋରକୁ ଧରିଲେ ପୋଲିସ ଓ ଗ୍ରାମବାସୀ

 ବୌଦ୍ଧ -17/10- ବୌଦ୍ଧ ଥାନା ଜହ୍ନlପଙ୍କ ଫାଣ୍ଡି ଅନ୍ତର୍ଗତ ତୁଳସୀ ପୁର ଗ୍ରାମ ନିକଟରେ ନିର୍ମାଣାଧିନ ଜଳ ଯୋଗାଣ ପ୍ରକଳ୍ପରୁ ଲୁହା ସାମଗ୍ରୀ ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଜଣେ ଯୁବକ ଧରା ପଡିଥିବା ବେଳେ 7 ଜଣ ଫେରାର ମାରି ଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ତୁଳସୀପୁର ଗ୍ରାମ ନିକଟରେ ଥିବା ନିର୍ମାଣାଧିନ ଜଳ ଯୋଗାଣ ପ୍ରକଳ୍ପର କିଛି ନିର୍ମାଣ ସାମଗ୍ରୀ ରାତି ପ୍ରାୟ 12 ଘଣ୍ଟା ସମୟରେ ଚୋରି କରୁଥିବା ବେଳେ ଗ୍ରାମବାସୀ ଜାଣି ପାରି ସେମାନଙ୍କୁ ଗୋଡ଼ାଇ ଥିଲେ l ବାଉଁଶୁଣି ଥାନା ମୁଣ୍ଡି ପଦର ଗ୍ରାମର ସୁବାଷ ସାହୁ ନାମକ ଜଣେ ଯୁବକ ଧରିଥିବା ବେଳେ ଅନ୍ୟ 7 ଜଣ ଫେରାର ମାରି ଥିଲେ l ଚୋରି ସାମଗ୍ରୀ ସହ ଗୋଟିଏ ଲୁନା ଓ 7 ଗୋଟି ସାଇକେଲ ଓ ଜଣେ ଅଭିଯୁକ୍ତକୁ ଗାଆଁ ଲୋକେ ଅଟକ ରଖି ଜନ୍ହାପଙ୍କ ପୋଲିସକୁ ହସ୍ତାନ୍ତର କରିଛନ୍ତି | ପୋଲିସ୍ ଅନ୍ୟ ଅଭିଯୁକ୍ତ ମାନଂକ ସମ୍ପର୍କରେ ସୂଚନା ସଂଗ୍ରହ କରି ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ ପ୍ରକାଶ କରିଛନ୍ତି |

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଘଟଗାଁ ମା ତାରିଣୀ ଶକ୍ତି ପୀଠ କୁ ୪୦ କୋଟି ଟଙ୍କା ର ଅଟକଳ ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଆ ଭାଷା ସାହିତ୍ୟ ଦିଗରେ କାର୍ଯ୍ୟରତ ଢ଼େଙ୍କାନାଳ ଥିଙ୍କର୍ସ୍ ଫୋରମ୍

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ।। କାଳି ଆପାଇଁ।।

Sunil Chandra Nayak

Leave a Comment

error: Content is protected !!