ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁହାପାଇପ ଚୋରି କରୁଥିବା ସମୟେ ଚୋରକୁ ଧରିଲେ ପୋଲିସ ଓ ଗ୍ରାମବାସୀ

 ବୌଦ୍ଧ -17/10- ବୌଦ୍ଧ ଥାନା ଜହ୍ନlପଙ୍କ ଫାଣ୍ଡି ଅନ୍ତର୍ଗତ ତୁଳସୀ ପୁର ଗ୍ରାମ ନିକଟରେ ନିର୍ମାଣାଧିନ ଜଳ ଯୋଗାଣ ପ୍ରକଳ୍ପରୁ ଲୁହା ସାମଗ୍ରୀ ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଜଣେ ଯୁବକ ଧରା ପଡିଥିବା ବେଳେ 7 ଜଣ ଫେରାର ମାରି ଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ତୁଳସୀପୁର ଗ୍ରାମ ନିକଟରେ ଥିବା ନିର୍ମାଣାଧିନ ଜଳ ଯୋଗାଣ ପ୍ରକଳ୍ପର କିଛି ନିର୍ମାଣ ସାମଗ୍ରୀ ରାତି ପ୍ରାୟ 12 ଘଣ୍ଟା ସମୟରେ ଚୋରି କରୁଥିବା ବେଳେ ଗ୍ରାମବାସୀ ଜାଣି ପାରି ସେମାନଙ୍କୁ ଗୋଡ଼ାଇ ଥିଲେ l ବାଉଁଶୁଣି ଥାନା ମୁଣ୍ଡି ପଦର ଗ୍ରାମର ସୁବାଷ ସାହୁ ନାମକ ଜଣେ ଯୁବକ ଧରିଥିବା ବେଳେ ଅନ୍ୟ 7 ଜଣ ଫେରାର ମାରି ଥିଲେ l ଚୋରି ସାମଗ୍ରୀ ସହ ଗୋଟିଏ ଲୁନା ଓ 7 ଗୋଟି ସାଇକେଲ ଓ ଜଣେ ଅଭିଯୁକ୍ତକୁ ଗାଆଁ ଲୋକେ ଅଟକ ରଖି ଜନ୍ହାପଙ୍କ ପୋଲିସକୁ ହସ୍ତାନ୍ତର କରିଛନ୍ତି | ପୋଲିସ୍ ଅନ୍ୟ ଅଭିଯୁକ୍ତ ମାନଂକ ସମ୍ପର୍କରେ ସୂଚନା ସଂଗ୍ରହ କରି ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ ପ୍ରକାଶ କରିଛନ୍ତି |

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

କବିତା – ନିଷ୍ଠା ଓ ଲକ୍ଷ୍ୟ

Sunil Chandra Nayak

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଜଳ ଶକ୍ତି କେନ୍ଦ୍ର ଉଦଘାଟିତ

Sunil Chandra Nayak

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦରେ ମ, ରାମପୁର ରେ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ   

Leave a Comment

error: Content is protected !!