ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ର ସଫଳତା

 ତେନ୍ତୁଳିଖୁଣ୍ଟି ୨୩/୦୭/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲକଡୀ ପଲ୍ଲା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ସି ବି ଏସ ଇ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ପୁନମ ପ୍ରଧାନୀ 470 ନମ୍ବର ରଖି ବିଦ୍ୟାଳୟ ର ଟପ ହୋଇଛନ୍ତି। ବିଦ୍ୟାଳୟ ର 57 ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ଅବିନାଶ ସାହୁ ଏହାର ଶ୍ରେୟ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପରିଶ୍ରମ ତଥା ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କୁ ଦେଇଛନ୍ତି। କିନ୍ତୁ କଣ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ ରେ ଦ୍ୱାଦଶ ପଢିବେ? ଯଦି ନା ତାହେଲେ ଶହେ ପ୍ରତିଶତ ସଫଳତା ପରେ ମଧ୍ୟ କାହିଁକି ଭରସା ଆସିନି?

ସେହିଭଳି ଜବାହର ନବୋଦୟ ବିଦ୍ୟାଳୟରେ ମଧ୍ୟ ଦଶମ ଓ ଦ୍ୱାଦଶ ରେ ସମସ୍ତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦଶମ ଶ୍ରେଣୀ ର y ସିଦ୍ଧାର୍ଥ 97.2 ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ଟପ ହୋଇଥିବା ବେଳେ ଦ୍ୱାଦଶ ରେ ଆୟୁଷ ଦାସ 95.4 ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପ ହୋଇଛନ୍ତି। ଦଶମ ଶ୍ରେଣୀ ରେ 80 ଜଣ ଓ ଦ୍ୱାଦଶ ଶ୍ରେଣୀରେ 47 ଜଣ ପରୀକ୍ଷା ଦେଇଥିଲେ। 80 ସିଟ ଦ୍ୱାଦଶ ରେ ଥିବା ବେଳେ କାହିଁକି କେବଳ 47 ଜଣ ବିଦ୍ୟାର୍ଥୀ ଦ୍ୱାଦଶ ଏହି ନବୋଦୟ ରେ ପଢିଲେ। ବଳକା ସିଟ କାହିଁକି ପୂର୍ଣ୍ଣ କରାଗଲାନି?

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ

 

Related posts

ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ

Sunil Chandra Nayak

ଲୋକ ନାଟକ ହିଁ ଜାତୀୟ ସଂସ୍କୃତିର ମୂଳାଧାର 

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!