ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଖଡ଼କା ପଦରରେ ଝାଡାବାନ୍ତିରେ 5 ଆକ୍ରାନ୍ତ

ପାପଡାହାଣ୍ଡି,17/10, ମନିସ — ପାପଡାହାଣ୍ଡି ବ୍ଲକକୁ ପୁଣି ଫେରିଛି ଝାଡାବାନ୍ତି | ଗତ ଅଗଷ୍ଟ ମାସରେ ତୁଳସି ପଦର ଓ ଗତ ସପ୍ତାରେ ସୋରିଷ ପଦରରେ ଝାଡା ବାନ୍ତି ଦେଖା ଦେଇଥିଲା | ବର୍ତମାନ ବ୍ଲକର ମାଝୀଗୁଡା ପଂଚାୟତ ଖଡ଼କା ପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି | ଝାଡା ବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣା ପଡ଼ିନାହିଁ | ରବିବାର ହାରାବତୀ ଯାନୀ ଓ ଦେଶୀ ଯାନୀ ଆକ୍ରାନ୍ତ ହୋଇ ନବରଙ୍ଗପୁର ସ୍ଥାନାନ୍ତର ହୋଇଛନ୍ତି | ସୋମବାର ଜୟରାମ ଯାନୀ ଆକ୍ରାନ୍ତ ହୋଇ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି | ସେହିପରି ବାଲମତି ଯାନୀ ପ୍ରଥମେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି | ସେହିପରି ଜୟସିଂ ଯାନୀ ଗ୍ରାମରେ ଆକ୍ରାନ୍ତ ହୋଇ ରହିଛନ୍ତି | ତେବେ ବିଷାକ୍ତ ଛତୁ ଖାଇ ଝାଡା ବାନ୍ତି ହୋଇଥିବା ସନ୍ଦେହ କରାଯାଉଛି | ଗତ ତିନି ଦିନ ହେଲା ଗ୍ରାମରେ ଏହି ଝାଡା ବାନ୍ତି ଦେଖା ଦେଇଛି | ଖବର ଲେଖା ଶେଷ ସୁଦ୍ଧା ଝାଡା ବାନ୍ତିକୁ ନେଇ ଲୋକେ ଭୟ ଭିତ ଅଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବେଦାନ୍ତ ହସ୍ପିଟାଲରେ ବିଶ୍ୱ ଯକ୍ଷ୍ମାଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁରରେ ବିଶ୍ବ ରକ୍ତଦାତା ଦିବସ ପାଳିତ

Sunil Chandra Nayak

ଜୁନାଗଡ଼ ଠାରେ କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ଅନୁଷ୍ଠିତ 

masiha

Leave a Comment

error: Content is protected !!