ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ସିନେମା “ତୃଷ୍ଣା”ର ପ୍ରିମିୟର ସୋ…

ରାଉରକେଲା/ ଅମର ଷ୍ଟୁଡିଓ ଏବଂ ନବୀନ ଭଣ୍ଡାରୀଙ୍କ ନିର୍ମିତ ସୁରେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂତନ ସ୍ବାଦର ଓଡିଆ ସିନେମା ‘ତୃଷ୍ଣା’ର ପ୍ରିମିୟର ସୋ ଓଡିଶାର ବିଭିନ୍ନ ସିନେମା ହଲରେ ହୋଇଥିବା ବେଳେ ରାଉରକେଲା ର ସିନେପ୍ଲେକ୍ସ(ରଜାକ ଟକିଜ) ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ପାରବାରିକ ତଥା ମାନସିକ ଅବସାଦ ଓ ଏଥିରୁ ମୁକୁଳିବା ଉପରେ ପର୍ଯ୍ୟବେଶିତ। କାହାଣୀ ରେ କିଭଳି ଯୁବଗୋଷ୍ଠୀ ସିନେମା ରେ ହିରୋ ହେବାପାଇଁ ବିଭିନ୍ନ ଉପାୟ ଆପଣାଇବା ସହ କାହାଣୀ କୁ ଲେଖିଥିବା ଲେଖକର ସିନେମା ଜଗତରେ କେହି ଗଡଫାଦର ନଥିଲେ କିପରି କୋଣଠେସା ହୋଇଥାଏ, ସାମ୍ବାଦିକ ମାନେ ନିଜର କର୍ତ୍ତବ୍ୟ ପଥରେ କିପରି ଅନ୍ତରାୟ ସୃଷ୍ଟି ହୁଏ ତଥା ଅଭିନୟ କୁ ଜୀବନର ସବୁକିଛି ଭାବୁଥିବା ଅଭିନେତା କିପରି ପରିବାର ଠାରୁ ଦୂରେଇ ମାନସିକ ଅବସାଦରେ ବୁଡି ରହିଛନ୍ତି ଓ ସେଥିରୁ କିପରି ମୁକୁଳିଛନ୍ତି ତାହାହିଁ ଚଳଚ୍ଚିତ୍ର ରେ ନିଖୁଣ ଭାବେ ଦର୍ଶାଯାଇଛି। ଗତାନୁଗତିକ ଧାରାରୁ ଅଲଗା ହୋଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାରୁ ଦର୍ଶକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚଳଚ୍ଚିତ୍ର କୁ ସଂଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ ସାଉଣ୍ଡ ସ୍ପେସାଲିଷ୍ଟ ଭାବେ ରାଉରକେଲାର ସୂରଜ ସାମଲ ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ପ୍ରିମିୟର ସୋ ବେଳେ ସହ ଅଭିନେତ୍ରୀ ଜ୍ୟୋତି ଉପସ୍ଥିତ ଥିଲେ । ତୃଷ୍ଣା ଚଳଚ୍ଚିତ୍ରରେ ପ୍ରଦ୍ୟୁମ୍ନ ଲେଙ୍କା,ସମରେଶ ରାଉତରାୟ,ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ଶୈଳେନ୍ଦ୍ର ସାମନ୍ତରାୟ, ଜ୍ୟୋତିପ୍ରକାଶ ପଣ୍ଡା, ଅଭିଷେକ ଗିରି, ବିଘ୍ନେଶ ପଣ୍ଡା,ରତନ ମେହେର, ଧୀର ମଲ୍ଲିକ,ରବି ମିଶ୍ର, ଜୀବନ ପଣ୍ଡା, ଋଶି ପଟ୍ଟନାୟକ,କୃଷ୍ଣପ୍ରିୟା ଓ ବିଶ୍ବଜିତ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ନୂତନ ସ୍ବାଦର ହୋଇଥିବାରୁ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ବହୁ ସିନେପ୍ରେମୀ ମତ ଦେଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସଂସ୍କୃତଭାଷା ତଥା ସଂସ୍କୃତ ମାତାର ସୁରକ୍ଷା ପାଇଁ ଆଲୋଚନା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

Sunil Chandra Nayak

Leave a Comment

error: Content is protected !!