ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ପାପଡାହାଣ୍ଡି,18/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଜିଲ୍ଲା ପରିଷଦ ଜୋନ 1ର କନ୍ୟାଶ୍ରମରୁ ମଙ୍ଗଳ ବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି | ହାତୀବେଢ଼ା ପଂଚାୟତ କନ୍ୟାଶ୍ରମ ନିକଟରୁ ବିଜେଡିର ଏକ ବିଶାଳ ଶୋଭାଯାତ୍ରା ବାହାରି ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଡାବୁଗାଁ ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ଏମପି ପ୍ରତିନଧି ଏମ ଆପ୍ପା ରାଓ,ଜିଲ୍ଲା ପରିଷଦ ସଭ୍ୟ ୟଶବନ୍ତ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋଇ, ଭାନୁମତି ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ | କନ୍ୟାଶ୍ରମରୁ ବାହାରି ପଂଚାୟତର ଗରୁଡ଼ ଗୁଡା, ବୁଚିଆ ଗୁଡା, ପୁଷ୍କର ଗୁଡା, ନୂଆଗୁଡା, କେରଣ୍ଡୀ ଆଦି ଗ୍ରାମ ପରିକ୍ରମା କରି ଲୋକଙ୍କୁ ବିଜେଡି ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରିଥିଲେ | କେରଣ୍ଡି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ଲୋକଙ୍କୁ ଅବଗତ କରଥିଲେ ଅତିଥି ମାନେ | 30ରୁ ଉର୍ଦ୍ଧ ଜଣ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ | ଦଳ ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା | ପଂଚାୟତ ପ୍ରାୟ ତିନି କିମି ରାସ୍ତା ରେ ବିଜେଡି କର୍ମୀ ମାନେ ପଦ ଯାତ୍ରା କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ଆଉ ମୁଁ

Sunil Chandra Nayak

ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ ଙ୍କୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ

Sunil Chandra Nayak

ତେରେସିଂହା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!