ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଟବଲ ଦଳକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା 

 କାମାକ୍ଷାନଗର (ମ ନି ସ): ଚଳିତ ମାସ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଷ୍ଟାଡିଅମ ଠାରେ ଅନୁଷ୍ଠିତ ୧୭ ବର୍ଷ ରୁ କମ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ କାମାକ୍ଷାନଗର ବ୍ଲକ ର ବାଳିକା ବର୍ଗରେ ବାଳିକା ଦଳ ପ୍ରଥମ ସ୍ଥାନ ଓ ବାଳକ ବର୍ଗରେ ବାଳକ ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଦଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ରୂପେ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା ଯୋଗ ଦେଇ ସଫଳ ପ୍ରତିଯୋଗୀ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପୁଅ ମାନଙ୍କ ପରି ଝିଅ ମାନେବି ସବୁକ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଦରକାର । ପାଠ ପଢା ସହିତ ଖେଳକୁଦ ସହ ମଧ୍ୟ ପ୍ରତ୍ୟେକ ଛାତ୍ରଛାତ୍ରୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେବା ଦରକାର । ଶୃଙ୍ଖଳା ର ସହ ଆଗାମୀ ଦିନରେ ଖେଳାଳୀ ମାନେ ଉତ୍ତମ କ୍ରୀଡା ପ୍ରଦର୍ଶନ କରି କାମାକ୍ଷାନଗର କୁ ସର୍ବଦା ଏକ ନମ୍ବର କରିବାକୁ ମୁଖ୍ୟଅତିଥି ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଏ ବି ଓ କୃଷ୍ଣଚନ୍ଦ୍ର ଭୋଇ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟ ର ଜେନେରାଲ ମ୍ୟାନେଜର ଭାବେ କ୍ରୀଡା ଶିକ୍ଷକ ପ୍ରତାପ ସାମନ୍ତ , ବାଳକ ଟିମ ମ୍ୟାନେଜର ଦେଵଦତ୍ତ ସାହୁ ,ବାଳିକା ଟିମ ମ୍ୟାନେଜର ଗୁପ୍ତେଶ୍ଵରୀ ମହାନ୍ତ , ସେହିପରି ବାଳକ କୋଚ ସନ୍ତୋଷ ମଲ୍ଲିକ , ବାଳିକା କୋଚ ପ୍ରିତିପୁଷ୍ପା ପରିଡା , ଅଫିସିଆଲ ଭାବେ ବାନାର୍ଜୀ ମହାନ୍ତି , ରାମକୃଷ୍ଣ ବେହେରା , ଲକ୍ଷ୍ମଣ ନାୟକ , ସୁଶାନ୍ତ ନାଥ , କ୍ରୀଡା ଶିକ୍ଷକ ସୁରେନ୍ଦ୍ର ସାହୁ , ଶିକ୍ଷୟିତ୍ରୀ ଦେବସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ବାଳିକା ଦଳ ର ଖେଳାଳି ମାନଙ୍କ ମଧ୍ୟରୁ ୧୦ ଜଣ କେବଳ ସ୍ଥାନୀୟ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ । ସାଧାରଣ ମହଲରେ ଖେଳାଳି ମାନଙ୍କୁ ବହୁତ ପ୍ରଶଂସା ମିଳୁଛି ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

Sunil Chandra Nayak

ପତ୍ରରୁ ଫୁଟିଲା ଫୁଲ ନା ତାର ବ୍ରହ୍ମକମଳ 

Sunil Chandra Nayak

ୱ।ଲର୍ଡ ଭିଜନର ବିଦ୍ୟାଳୟ ରୂପାନ୍ତରିତ ବିକାଶ କାର୍ଯ୍ୟକ୍ରମ

Leave a Comment

error: Content is protected !!