ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

ବାଲେଶ୍ଵର, ୧୮/୧୦/୨୨- କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ରାଜନୀତି ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଜଗତିକରଣ, ସୁରକ୍ଷା ଏବଂ ବିକାଶର ଅନ୍ତର୍ଜାତୀୟ, ଜାତୀୟଏବଂ ଆଞ୍ଚଳିକ ଦିଗ ଶୀର୍ଷକରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସମାଜ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ପ୍ରଫେସର ବିକ୍ରମ କେଶରୀ ମିଶ୍ର ଯୋଗଦେଇ ବିଷୟ ବସ୍ତୁର ଅବଧାରଣା ଉପସ୍ଥାପିତ କରିଥିଲେ । ସ୍ଵିଡେନସ୍ଥିତ ସୁରକ୍ଷା ଏବଂ ବିକାଶ ଯୋଜନା ପ୍ରତିଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ନିକଲାସ୍ ସ୍ୱାନଷ୍ଟ୍ରମ୍ ଉଦଘାଟକ ରୂପେ ଯୋଗ ଦେଇଥିଲେ । ସ୍ଵିଡେନ ସ୍ଥିତ ଦକ୍ଷିଣ ଏସିଆ ଏବଂ ଇଣ୍ଡୋ ପାସିଫିକ୍ ବ୍ୟାପାର ଅଧ୍ୟୟନ କେନ୍ଦ୍ରର ମୁଖ୍ୟ ପ୍ରଫେସର ଜଗନ୍ନାଥ ପ୍ରସାଦ ପଣ୍ଡା ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଶତାଧିକ ଛାତ୍ର ଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସମ୍ମୁଖରେ ଶୀର୍ଷକ ଆଧାରରେ ତଥ୍ୟ ସମ୍ବଳିତ ଅଭିଭାଷଣ ପ୍ରଦାନ କରିଥିଲେ । ଜଗତୀକରଣର ବିଭିନ୍ନ ଦୃଷ୍ଟିକୋଣ, ଋଷିଆ, ୟୁକ୍ରେନ୍ ଯୁଦ୍ଧର ପଟ୍ଟଭୂମି ଏବଂ ପ୍ରଭାବ ଉପରେ ଆଲୋକପାତ କରିଥିଲେ । ରାଜନୀତି ବିଜ୍ଞାନର ଅଧ୍ୟାପିକା ଡକ୍ଟର ମଧୁସ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

     ସେହିପରି ଉଦଯାପନୀ ସମାରୋହରେ ଉତ୍କଳ ବିଶ୍ଵବିଦ୍ୟାଳୟର ସମାଜ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ପ୍ରଫେସର ନବନୀତା ରଥଙ୍କ ଅଧ୍ୟକ୍ଷତାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାଜ ଶାସ୍ତ୍ରର ଅଧ୍ୟାପକ ଡ଼କ୍ଟର ପବିତ୍ର ମୋହନ ନାୟକ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା, କୋରାପୁଟର ଅଧ୍ୟାପକ ଡକ୍ଟର ଆଦିତ୍ୟ କେଶରୀ ମିଶ୍ର ନିମନ୍ତ୍ରିତ ବକ୍ତା ରୂପେ ଯୋଗଦେଇ ବିଷୟ ବସ୍ତୁର ବିଷଦ ଆଲୋଚନା ରଖିଥିଲେ । ପ୍ରଫେସର ବିକ୍ରମ କେଶରୀ ମିଶ୍ର ଉଭୟ ସ୍ୱାଗତ ସମ୍ଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜ ଶାସ୍ତ୍ର ସ୍ନାତକ ତୃତୀୟ ବର୍ଷର ଛାତ୍ର ୟଶ୍ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଖବରପାଇ ମସିହା ନିଉଜର ବାଲେଶ୍ଵର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରା ପହଞ୍ଚି ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରଥଯାତ୍ରା ପାଇଁ ପୁରୀ ରେ ବ୍ୟବସ୍ଥା…ଏଣିକି ସବୁ ଅଟୋ ପଛରେ ଲାଗିବ ଦର ତାଲିକା

ଅବାଧ ବୃକ୍ଷ କଟା ରେ ରୋକ ଲାଗୁନି ,ଓ ସି ସି ବ୍ରିଜ ନିକଟସ୍ଥ ଟିକ ବୃକ୍ଷ ଚୋରୀ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ଆଜି

Leave a Comment

error: Content is protected !!