ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କୋକସରା,୧୯/୧୦-( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୋକସରା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପରିଚାଳନାରେ ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ଉଦଘାଟନ କରିଥିବା ବେଳେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା, କୋକସରା ଯୋନ ୨ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ ଉପସ୍ଥିତ ରହିଥିଲେ ଓ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ବିଷୟରେ ସୁଚନା ଦେଇଥିଲେ। କୋକସରା ବ୍ଲକର ୨୨ ପଞ୍ଚାୟତରୁ ସମିତି ସଭ୍ୟସଭ୍ୟା ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ।ଶତାଧିକ ଭିନ୍ନକ୍ଷମ ହିତାଧିକାରୀ ମାନେ ଏହି ଶିବିରରେ ପହଞ୍ଚି ପଞ୍ଜିକରଣ କରିଥିଲେ। ଭବାନୀପାଟଣାରୁ ଆସିଥିବା ଅସ୍ଥି ଶୈଳ ବିଶେଷଜ୍ଞ ଡାକ୍ତର ସୁନିଲ କୁମାର ପାଢୀ, ମାନସିକ ରୋଗ ବିଶେଷଜ୍ଞ ଡ଼.ପୁଷ୍ପାରାଣି ହେମ୍ରମ, ଇଏନଟି ବିଶେଷଜ୍ଞ ଡ଼. ପ୍ରଦ୍ୟୁମ୍ନ କିଶୋରି ପଣ୍ଡା, ଓ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ର ଡ଼. ଶୁଭାଶିଷ ମହାନ୍ତି, ବରିଷ୍ଠ ଶ୍ରବଣବିତ୍ ବାଦଲ କୁମାର ପଟ୍ଟନାୟକ, ଚଳନ ପ୍ରଶିକ୍ଷକ ନିବାସ ଚନ୍ଦ୍ର ସାହୁ ଏହି ଶିବିରରେ ଆସି ଭିନ୍ନକ୍ଷମଙ୍କ ରୋଗ ପରୀକ୍ଷା ସହ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ। ଭିନ୍ନକ୍ଷମ ଶିବିରରେ ମୋଟ ୨୫୩ ଜଣ ହିତାଧିକାରୀ ପଞ୍ଜିକରଣ କରିଥିବା ସୁଚନା ମିଳିଛି। ଶିବିରକୁ ଆସିଥିବା ହିତାଧିକାରୀଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ବସ ଟ୍ରେନ ପାସ, ବୃତ୍ତିଗତ ତାଲିମ, ଦିବ୍ୟାଙ୍ଗ ସହାୟକ ଉପକରଣ, ଡି.ଆର.ଆଇ ଋଣ ପାଇଁ ଆବେଦନ କରିଥିବା ବେଳେ ଅନେକଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ଦିବ୍ୟାଙ୍ଗ ସହାୟକ ଉପକରଣ, ବସଟ୍ରେନ ପାସ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ମମତା ସାହୁ ଙ୍କ କବିତା ହୃଦୟ ଯନ୍ତ୍ରଣା

Sunil Chandra Nayak

ଜୁନାଗଡ଼ ବ୍ଲକରେ ଡକାୟତି ଆତଙ୍କ ଘଟଣା,ନଳ କୂପରେ ପାଣି ପିଇବା ବ୍ୟକ୍ତିଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!