ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ

ଡାବୁଗାଁ, ୬/୧୦ ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି ,କୁର୍ଚି ଓ ଶିରା ,ମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ | ଅପରାହ୍ନ ରେ ସମସ୍ତ ଲାଠି, କୁର୍ଚି ଡାବୁଗାଁ ମା ଠାକୁରାଣୀ ମନ୍ଦିରରେ ପହଞ୍ଚି ଥିଲେ | ସେଠାରୁ ଲାଠି ,କୁର୍ଚି, ଶିରା ଓ ଦିଶାରି ମାନେ ସୁସଜିତ ହୋଇ ପାରମ୍ପରିକ ଢୋଲ , ମର୍ଦଳ ତାଳେ ତାଳେ ନୃତ୍ୟରତ ଭାବେ ଗ୍ରାମ ପରିକ୍ରମା କରିଥିଲେ | ପରେ ମା ଡାବାଦେଇ ମନ୍ଦିରରେ ପହଞ୍ଚିଥିଲେ | ଗୁରୁବାର ସାପ୍ତାହିକ ହାଟ ଥିବାରୁ ଭକ୍ତଙ୍କ ଭିଡ ପରିଲଖିତ ହୋଇଥିଲା | ଏହି ଦଶହରା ଆଶ୍ଵିନ ମାସରେ ଦଶହରା ପର୍ବ ରେ ମା ଦୂର୍ଗାଙ୍କ ଦଶମୀ ପୂଜା ପରେ ଯେଉଁ ଗୁରୁବାର ପଡିଥାଏ ସେହିଦିନ ଆଦିବାସୀ ଦଶହରା ପାଳିତ ହୋଇଥାଏ | ଏଥିରେ ଗ୍ରାମର ପ୍ରାୟ ବହୁ ଲୋକଙ୍କ ସମାଗମ ହୋଇଥିଲା |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

କୁପାରୀରେ ଫୁଟିଲା ବ୍ରହ୍ମକମଳ ଫୁଲ, ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ହେଉଛି ଆଲୋଚନା

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ସାମ୍ବାଦିକ ସଂଘ ଗଠନ

Sunil Chandra Nayak

ପୁଅକୁ ଟାଙ୍ଗିଆରେ ହାଣିବା ପରେ ଜୀବନ ହାରିଲା ବାପ

Sunil Chandra Nayak

Leave a Comment

error: Content is protected !!