ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ରେ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ

ଚନ୍ଦାହାଣ୍ଡି 6/9(ମ ନି ସ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ଠାରେ ବିଜୟ ଦଶମୀ ରେ ମା ଙ୍କ ପୂଜା ଅଵସର ରେ ଦୁର୍ଗା ପୂଜା କମିଟି ଦ୍ୱାରା ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ ହୋଇ ଥିଲା l ଏଥିରେ 3 ଜଣ ଆଦିବାସୀ ଧନୁର୍ଧର ଲାଖ ବିନ୍ଧା ରେ ଯୋଗ ଦାନ ଦେଇ ଲାଖ ବିନ୍ଧି ଥିଲେ l ଅଣ୍ଠିପଡା ଗ୍ରାମର ଆଦିବାସୀ ଧନୁର୍ଧର କଳାକାର ମାଝି , ପୂନୁ ଝାକର ଏବଂ ତାଙ୍କ ସାଥି ଲାଖ ବିନ୍ଧି ଦୁର୍ଗା ପୂଜା କମିଟି ଦ୍ୱାରା ପୁରସ୍କୃତ ହୋଇଥିଲେ l ଚନ୍ଦାହାଣ୍ଡି ଥାନା ଏସ ଆଇ ଶିବ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ବିଜୟୀ ଧନୁ ଧର ମାନଙ୍କୁ ପୁରସ୍କୃତ କରି ଥିଲେ l ଦଶହରା ରେ ପୁରୁଣା ଲାଖ ବିନ୍ଧା ପରମ୍ପରା କୁ ବଜାୟ ରଖିବା ସହ ଆଦିବାସୀ ଙ୍କ ଧନୁ ବିଦ୍ୟା କୁ ବଞ୍ଚାଇ ରଖିବା ଲାଖ ବିନ୍ଧା ପର୍ବ ର ମୁଖ୍ୟ ଉଦେଶ୍ୟ ବୋଲି ଆୟୋଜକ କମିଟି ତରଫ ରୁ ସୂଚନା ଦିଆ ଯାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପୋଲିସ ଈନଫର୍ମର ସନ୍ଦେହ ରେ ଯୁବକ କୁ ମାଓ ବାଦୀ ଙ୍କ ହତ୍ୟା

Sunil Chandra Nayak

ବେହେରା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଶୁଭାରମ୍ଭ

Sunil Chandra Nayak

ରାସ୍ତା ସାଜିଛି ପ୍ରତିବନ୍ଧକ, ଖଟିଆ ରେ ବୁହା ହେଲେ ମହିଳl ରୋଗୀ

Sunil Chandra Nayak

Leave a Comment

error: Content is protected !!