ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖୋଜ ବାବୁଲା ର ମୃତ ଶରୀର ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

 ତେନ୍ତୁଳିଖୁଣ୍ଟି – ୧୯/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅଞ୍ଚଳ ର ପାଇକ ବାରଙ୍ଗ ପଦର ଗ୍ରାମରେ ମାଉସା ମୋହନ ପାଇକ ଙ୍କ ଘରେ ତିନି ମାସ ହେବ ରହୁଥିବା ବାବୁଲା ପାଇକ ରବିବାର ରାତିରୁ ନିଖୋଜ ରହିଥିଲା। ବହୁ ଖୋଜାଖୋଜି କରିବା ପରେ ନିଖୋଜ ରିପୋର୍ଟ ଥାନାରେ ଦେଇଥିଲେ। ଗତକାଲି ରାତି ପ୍ରାୟ 7 ଟା ବେଳେ ପରଜା ବାରଙ୍ଗ ପଦର ଶୁଣ୍ଢି ସାହିର ଏକ କୂଅ ରେ ଗୋଟିଏ ଶବ ଭାସୁଥିବା ପାଣି ଆଣିବାକୁ ଯାଇଥିବା ଲୋକେ ଦେଖି ତୁରନ୍ତ ଖାତିଗୁଡା ଥାନା କୁ ଖବର ଦେଉଥିଲେ। ଖବର ପାଇ ଖାତିଗୁଡା ପୋଲିସ ଉକ୍ତ ଅଞ୍ଚଳ କୁ ବ୍ୟାରିକେଡ କରିଥିଲା। ଆଜି ସକାଳୁ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗ ର କର୍ମଚାରୀ ଆସି ଶବ ଉଧାର କରିଥିଲେ। ବାବୁଲା ର ପରିବାର ଶବ କୁ ଦେଖି ଚିହ୍ନଟ କରିଥିଲେ । ନିଖୋଜ ଥିବା ବାବୁଲା ର ମୃତ ଶରୀର କୂଅ ରୁ ବାହାରି ଥିବା ଦେଖି ଏହା କଣ? ଆତ୍ମହତ୍ୟା ନ ହତ୍ୟା ନା ଦୂର୍ଘଟଣା ?ହୋଇ ରହିଯାଇଛି। ଶବ କୁ ବ୍ୟବଛେଦ ପାଇଁ ନବରଙ୍ଗ ପୁର ଜିଲ୍ଲା ଡାକ୍ତରଖାନା ପଠା ଯାଇଛି।। ଖାତିଗୁଡା ପୋଲିସ ଅପମୃତ୍ୟୁ ମାମଲା କେଶ ନମ୍ବର 6 ରେ ରୁଜୁ କରି ତଦନ୍ତ ଜାରି ରଖିଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଜେଡି ରା ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

Leave a Comment

error: Content is protected !!