ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

 ଡାବୁଗାଁ, ୧୯/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୨୦୨୧-୨୨ ଆର୍ଥିକ ବର୍ଷର ୧ ଏପ୍ରିଲ ୨୦୨୧ ଠାରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ସମନ୍ଵିତ ଶିଶୁ ବିକାଶ ଓ ମମତା ଯୋଜନା ସମ୍ବନ୍ଧୀୟ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ଉପରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏମଜିଏନଆରଇଜିଏସ ଯୋଜନା ସମ୍ପର୍କିତ ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ଯୋଜନାରେ ଜବକାର୍ଡ ଧାରି ଶ୍ରମିକ ମାନେ କେତେଦିନ କାର୍ଯ୍ୟ କରିଛନ୍ତି , ମଜୁରି ପାଇଛନ୍ତି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା | ଏଥିରେ ଗତ ୨୦୨୧-୨୨ ଆର୍ଥିକ ବର୍ଷ ରେ ଏହି ଯୋଜନାରେ ମାର୍ଚ୍ଚ ୨୦୨୨ ସୁଧା ୧୯ କୋଟି ୫୨ ଲକ୍ଷ ୨ ହଜାର ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଏଥିରୁ ସଂମ୍ପୂର୍ଣ୍ଣ ଅର୍ଥ ବ୍ୟୟ କରାଯାଇଛି | ମାର୍ଚ୍ଚ ୨୦୨୨ ସୁଧା ୭ ଲକ୍ଷ ୩୯ ହଜାର ୭୯୫ ଟି କାର୍ଯ୍ୟ ଦିବସ ୭ ଲକ୍ଷ ୩୯ ହଜାର ୭୯୫ ଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା | ଏଥିରେ ୧୫ ହଜାର ୨୨୪ ଟି ପରିବାର କୁ ପଞ୍ଜୀକୃତ ହୋଇଥିବା ବେଳେ ୧୫ ହଜାର ୨୦୦ ଟି ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି | ୧ ଏପ୍ରିଲ ୨୦୨୧ ଠାରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମୋଟ ୨୦୯୧ ପରିବାର କୁ ୧୦୦ ଦିନ ର କାର୍ଯ୍ୟ ପୂରଣ କରିଛନ୍ତି | ଏଥିରେ ମୋଟ ୧୫୨୦ ଟି ପ୍ରକଳ୍ପ ରୁ ୧୧୯୮ ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ଥିବା ଏହି ଜନଶୁଣାଣି ରେ ଉପସ୍ଥାପିତ କରାଯାଇଥିଲା | ଏଥିରେ ମମତା ଯୋଜନା ଉପରେ ଆଲୋଚନା କରିଥିବା କୌଣସି ଅଙ୍ଗନ ୱାଡି କର୍ମୀ ମାନେ କୌଣସି ରେକର୍ଡ ଓ ରେଜିଷ୍ଟର ଦେଖାଇପାରିନଥିଲେ ଏବଂ ଅଣ୍ଡା ଓ ଛତୁଆ ଭଳି ପୁଷ୍ଟି ପରିପୂରକ ଖାଦ୍ୟ କମ ପରିମାଣର ବଣ୍ଟନ, ଅଙ୍ଗନ ୱାଡି ଖୋଲା ନଯିବା ଭଳି ତୃଟି ଥିବା ଯୋଗୁଁ ସମାଧାନ ପାଇଁ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଏହି ଜନଶୁଣାଣି କମିଟି ପାଖରେ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ସଠିକ ତଥ୍ୟ ଦେଇ ନଥିବାରୁ କମିଟିରେ ଅସନ୍ତୋଷ ପ୍ରକାଶ ପାଇଥିଲା | ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ର କୌଣସି ଅଧିକାରୀ ଆସି ନଥିଲେ | ଏଥିରେ ନବରଙ୍ଗପୁର ଜିଲା ସାମାଜିକ ସମୀକ୍ଷକ ବୈବସୂତ ଚାଲାଣ ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ସାମାଜିକ ସମୀକ୍ଷାରେ ଦେଖାଯାଇଥିବା ତ୍ରୁଟି ଗୁଡିକ ଯେପରି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଏହାସହ ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ର କୌଣସି ଅଧିକାରୀ ନଆସିବା ଓ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ କମିଟି ପାଖରେ ସଠିକ ତଥ୍ୟ ଉପସ୍ଥାପନ କରିନଥିବାରୁ ଏହି ଉପରେ କାର୍ଯ୍ୟ|ନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳଙ୍କୁ ଜଣାଇବା ପାଇଁ ବିଡିଓଙ୍କୁ ପରାମର୍ଶ ଦିଆଯାଇଥିଲା | ଏଥିରେ ବିଡିଓ ଶରତ ମାଝି, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା ଓ ଜୋନ-୨ ଗୁପ୍ତ ବିଶୋୟୀ, ଜନ ଶୁଣାଣୀ କମିଟି ସଭ୍ୟ ପ୍ରଜ୍ଞାରଞ୍ଜନ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣବାସ ନାୟକ, ବନପାଳ ମଧୁସୂଦନ ପାତ୍ର, ବ୍ଲକ ସାମାଜିକ ସମୀକ୍ଷକ ଶାରଦା ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ ଓ ବ୍ରହ୍ମଦତ୍ତ ସାହୁ, ବନରକ୍ଷୀ ପ୍ରକାଶ ସରକାର, ଉଦ୍ୟାନ କର୍ମଚାରୀ ଜଗଦୀଶ ତରାସିଆ, ସମସ୍ତ ସରପଞ୍ଚ , ସମିତି ସଭ୍ୟା ସଭ୍ୟ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବିକା ସେବକ ଓ ଜବ କାର୍ଡ ଧାରୀ ଶ୍ରମିକ ମାନେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଏମଜିଏନଆରଇଜିଏସ ସହାୟକ ବିଦ୍ୟାଧର ବିଶୋଇ ପରିଚାଳନା କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

Sunil Chandra Nayak

କବିତା – କୁହୁଡି ବସା

Sunil Chandra Nayak

ଜୁନ୍‌ରେ ୧,୦୯୪ କୋଟି ଭାଟ୍ ଆଦାୟ: ପେଟ୍ରୋଲରୁ ୮୬୧ କୋଟି, ମଦରୁ ୨୩୪ କୋଟି

Leave a Comment

error: Content is protected !!