ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଵିନାଶ ମହାପାତ୍ର ଙ୍କ କବିତା ମଲା ଜହ୍ନ

     ମଲା ଜହ୍ନ

 

         ଅଵିନାଶ ମହାପାତ୍ର

 

ଫେରି ଚାହଁ ଥରେ ପଛକୁ ଗୋ ପ୍ରିୟା

          ଯାଅ ନାହିଁ ଛାଡି ଚାଲି

   ମଧୁର ମିଳିନ ସମୟ ଆସିଛି

         ଆଉକି ମିଳିବ କାଲି।(୦)

  ଥର ଥର ହୋଇ କଂପୁଛି ମୋ ଛାତି

         ବଢ଼ାଇ ହୃଦ ସ୍ପନ୍ଦନ

   ପହିଲି ଦେଖାରେ ପ୍ରଥମ ମିଳନ

         ମନଟା ହୁଏ ଉଚ୍ଛନ୍ନ।(୧)

   ପାଦ ଟଳ ମଳ ଗମ ଗମ ଝାଳ

         ପାଟି ଓଠ ଯାଏ ଶୁଖି

   ଦୂରରେ ରୁହନା ଆଗୋ ପ୍ରିୟତମା 

         ପାଖରେ ଯାଅ ମୋ ଲାଖି।(୨)

   ଖୋଲି ଦିଅ ତୁମ ପାଦର ପାଉଁଜି

          ଶବଦ ଶୁଭିବ କାଳେ

   ଧିରେ ଧିରେ ପାଦ ଚାପି ଚାଲିଆସ

        ହେଳା କରନାହିଁ ତିଳେ।(୩)

  ଆଉ ପାଦେ ଆସି ଲାଗିଯାଅ ପାଶେ

        ଛନ୍ଦ ଗୋ ବାହୁ ଵନ୍ଧନେ

   ପ୍ରଥମ ଛୁଆଁର ପ୍ରଥମ ପରଶ

       ଗୁଞ୍ଜରି ଯାଉ ସ୍ପନ୍ଦନେ।(୪)

   ପିଇ ବାକୁ ଦିଅ ମନଭରି ତୁମ

        ଓଠର ମଧୁପ ଯେତେ 

     ମାଗି ନିଅ ସବୁ ତୁମ ଅଧିକାର

         ପାଖରେ ପାଇଛ ମୋତେ।(୫)

      ହଜି ଯାଉ ତୁମ କାନର ଝୁମୁକା

          ଖୋଲି ଯାଉ ଗଭା ବେଣୀ

     କଥା ମୁଁ ଦେଉଛି ଦେହ ଛୁଇଁ ତୁମ

          ହୀରା ମୋତି ଦେବି ଆଣି।(୬)

   

      ବୟାଂଗଡିହି, ଧାମନଗର, ଭଦ୍ରକ,

          

Related posts

ଜନରଞ୍ଜନ ପ୍ରଧାନ ଙ୍କ କବିତା ଆଜି ଅଟଇ ପବିତ୍ର ଦିନ

Sunil Chandra Nayak

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା ମାଁଙ୍କ ଆବାହନୀ

Sunil Chandra Nayak

ଛିଲିପl ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ରେ ବନ ମହୋସ‌ଵ

Leave a Comment

error: Content is protected !!