ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦାହାଣ୍ଡି ରେ ଭାଲୁ ଆତଙ୍କ – ଦୁଇଟି ଛେଳିକୁ ଜୀବନ୍ତ ଖାଇଗଲା ଭାଲୁ

 ତେନ୍ତୁଳିଖୁଣ୍ଟି -18/10/22 ସରକାର ପ୍ରତିବର୍ଷ କୃତ୍ରିମ ଜଙ୍ଗଲ ଏବଂ ଭାଲୁ ଆଶ୍ରୟ ସ୍ଥଳି ସକାଶେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବୃକ୍ଷ ରୋପଣ ସାଙ୍ଗକୁ ଭାଲିଆ ପିଜୁଳି ଭଳି ଫଳ ବୃକ୍ଷ ରୋପଣ କରୁଛନ୍ତି। ଜଙ୍ଗଲ ସୃଷ୍ଟି ହେବା ବଦଳରେ ଉଭାନ ହୋଇ ଯାଉଛି। ତଳରୁ ଉପର ଯାଏଁ କାଗଜ କଲମରେ ବୃକ୍ଷ ରୋପଣ ସହ ଭାଲୁ ଆଶ୍ରୟ ସ୍ଥଳି ପାଇଁ ଟଙ୍କା ଖର୍ଚ୍ଚ ହେଉଛି। ଏବେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲି ଭାଲୁ ଗାଁ ମୁଁହାଁ ହେଉଛି , ଗାଁରେ ପଶି ଖାଦ୍ୟ ନପାଇ ଭୋକ ବିକଳରେ ବାଘ ଭଳି ଛେଳି ମେଣ୍ଢା କୁ ଶିକାର କରି ଖାଉଥିବା ଦେଖିବାକୁ ମିଳିଛି। ଏହି କଥା ଅବିଶ୍ୱାସ ଭଳି ମନେ ହୁଏ , କିନ୍ତୁ ଏମିତି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନୁଆ ଗାଁ ଏବଂ ଝଡିଆ ଗୁଡା ଗାଁରେ ।ଗତ ଶୁକ୍ରବାର ଦିନ ଅପରାହ୍ନ ତିନିଟା ବେଳେ ନୁଆଗାଁ ର ଦେବେନ୍ଦ୍ର ଭତରା ନିଜ ଛେଳି ମେଣ୍ଢା ଚରେଇ ବାକୁ ନେଇଥିଲେ ହଠାତ୍ ଦୁଇଟି ଭାଲୁ ତାଙ୍କ ଛେଳି ମେଣ୍ଢା ଆଡ଼କୁ ମାଡି ଆସିଲେ। ଦେବେନ୍ଦ୍ର ଭୟରେ ଚିିତ୍କାର କଲେ କିନ୍ତୁ ଭାଲୁ ଦୁଇଟି ଦେବେନ୍ଦ୍ର ଙ୍କ ଛେଳିକୁ ଆକ୍ରମଣ କରି ମାରି ଖାଇଗଲା। ଆଖପାଖ ଲୋକ ଦେବେନ୍ଦ୍ର ଙ୍କ ପାଟି ଶୁଣି ଯିବାବେଳକୁ ଭାଲୁ ଛେଳି ଖାଉଥିବା ଦେଖିଥିଲେ। ଭାଲୁ କୁ ଘଉଡ଼ାଇ ବାକୁ ଚେଷ୍ଟା କଲେ କିନ୍ତୁ ଭାଲୁ ଦୁଇଟି ଲୋକଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲା।

ସେହିଭଳି ଗତକାଲି ଝଡିଆ ଗୁଡା ର ଗଣି ଜାନି ଗାଁ ପାଖ ଆମ୍ବ ବାଡ଼କୁ ଛେଳି ମେଣ୍ଢା ଚରେଇବାକୁ ନେଇଥିଲେ ହଠାତ୍ ଦୁଇଟି ଭାଲୁ ଆସି ଗଣିଙ୍କ ଛେଳିକୁ ଆକ୍ରମଣ କଲେ ଏବଂ ବାଘ ଭଳି ଛେଳି କୁ ଖାଇବାରେ ଲାଗିଲେ। ଏହି ଦୃଶ୍ୟ ଆଖପାଖ ର ଲୋକେ ଦେଖି ପାଟିତୁଣ୍ଡ କରି ଟେକା ପଥର ମାଡ କଲେ ମଧ୍ୟ ଭାଲୁ ଲୋକ ମାନଙ୍କୁ ଆକ୍ରମଣ କରିବାକୁ ଆସିଲା। କିଛି ସମୟ ପରେ ଛେଳି ଖାଇ ଛେଳି ର ଆନ୍ତଃ ପଟା ଛାଡି ପାଖରେ ଥିବା ଆମ୍ବ ବାଡ଼କୁ ଗଲା । ଏହି ଦୁଇଟି ଘଟଣା ପରେ ଅଞ୍ଚଳରେ ଭାଲୁ ଭୟର ଆତଙ୍କ ଖେଳିଯାଇଛି। ଏଠି ଏବେ ବନ ବିଭାଗକୁ ପ୍ରଶ୍ନ କାହିଁକି ଗାଁ ମୁହାଁ ଜଙ୍ଗଲି ଭାଲୁ ? କେତେବେଳେ ଭାଲୁ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ କେତେବେଳେ ଗୃହପାଳିତ ପଶୁ କିଛି ଦିନ ତଳେ ଦହଣା ଗ୍ରାମରେ ଏକ ମଇଁଷିକୁ ଆକ୍ରମଣ କରିଥିଲା ବାଘ ସେହିପରି ୨୦୦୦ ମସିହାରେ ବି.ମାଳିଗୁଡା ରାସ୍ତା ରେ ଜଣେ ଲୋକଙ୍କୁ ଖାଇ ଯାଇଥିଲା ଭାଲୁ। ଏହିସବୁ ଘଟଣା ଜାଣିଥିବା ଲୋକେ ଏବେ ଭୟରେ।ଏନେଇ ବନ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା କିଛି ଖବର ନାହିଁ ବୋଲି କହିଥିଲେ। ଭାଲୁ ମଣିଷ କୁ ଆକ୍ରମଣ କରେ ଶୁଣିଥିଲୁ କିନ୍ତୁ ଛେଳି ଖାଇବା କଥା ପ୍ରଥମ ଥର ଆପଣଙ୍କ ପାଖରୁ ଶୁଣୁଛୁ ବୋଲି କହିଛନ୍ତି।ସାଧାରଣରେ ସଠିକ୍ କ୍ଷୟକ୍ଷତି ତଦନ୍ତ କରି ଗରିବ ଚାଷୀ ଙ୍କୁ କ୍ଷତି ପୁରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଜୁ ସେତୁ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

ଧର୍ମଗଡ ବ୍ଲକ ଗଣ୍ଡ ସମାଜ ତରଫରୁ ଧଅଁରପୁର ଠାରେ ନୁଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ

Sunil Chandra Nayak

ରେଳ ଯାତ୍ରାର ରିଆତି ଯୋଜନାରୁ ବାଦ ପଡିଲେ ଦେଶର ବରିଷ୍ଠ ନାଗରିକ

Sunil Chandra Nayak

Leave a Comment

error: Content is protected !!