ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଗଢ ଗ୍ରାମରେ ଅପରାହ୍ନରେ କଳାକନା ବୁଲାଇଲେ ଦୁବୃର୍ତ୍ତ; ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଧରି ଚମ୍ପଟ

 ମୟୂରଭଞ୍ଜ -୧୯/୧୦/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଡକାୟତି ମାତ୍ରା ବୃଦ୍ଧି ପାଉଛି । ଦିନ ରାତି କିଛି ଫରକ ନାହିଁ ଦୁବୃର୍ତ୍ତଙ୍କ ପାଇଁ । ଟିକେ ମଉକା ମିଳିଲେ ଘର ସଫା କରିଦେଉଛନ୍ତି ଦୁବୃର୍ତ୍ତ । ମାଲିକଙ୍କୁ ଦିନ ଦ୍ୱିପ୍ରହରରେ ସର୍ବସ୍ରାନ୍ତ କରି ଦେଉଛନ୍ତି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ପଞ୍ଚାୟତର ବାସିଙ୍ଗି ଗ୍ରାମରେ ମା’ମନସାଙ୍କ ସୁବର୍ଣ୍ଣ ଜୟନ୍ତୀ ଚାଲିଛି । ମର୍ତ୍ଯରେ ଦେବସଭା ବସିଛି ।ବାସିଙ୍ଗି ଗ୍ରାମ ପାଲଟିଛି ଈନ୍ଦ୍ରପୁରୀ । ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଵାସିଙ୍ଗୀ ଗାଁ ମୁହାଁ ହୋଇଛନ୍ତି । ମା’ମନସା ଦେବୀଙ୍କ ପୂଜାର୍ଚ୍ଚନା ଏବଂ ପ୍ରସିଦ୍ଧ ଦେବସଭା ଦେଖିବାକୁ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଗଢ ଗ୍ରାମର ନୀଳ ମାଧବ ସେଠୀଙ୍କ ପରିବାରର ସ୍ତ୍ରୀ,ଭାଉଜ ଏବଂ ମା ଘର ତାଲା ମାରି ବୁଧବାର ଅପରାହ୍ନରେ ୪.୩୦ ଠାରେ ୧୨ କିମି ଦୂର ବାସିଙ୍ଗୀ ଗ୍ରାମକୁ ଦେବସଭା ଦର୍ଶନ କରିବାକୁ ଯାଇଥିଲେ । ନୀଳ ମାଧବ ସେଠୀ ଓ ତାଙ୍କ ବଡ ଭାଇ ନିଜ ବ୍ୟବସାୟରେ ଲାଗିଥିଲେ ।ନୀଳ ମାଧବଙ୍କ ପରିବାର ଲୋକେ ବାସିଙ୍ଗୀରୁ ୬.୩୦ ଠାରେ ଫେରି ଦେଖନ୍ତି ତ ଘର ପଛପଟେ କବାଟ ଭାଙ୍ଗି ଦୁବୃର୍ତ୍ତ ମାନେ ଘରର ଆସଵାଵପତ୍ର ଏଣେତେଣେ ବିଜୁଳି ଦେଇଛନ୍ତି । ଗଡରେଜ ଭାଙ୍ଗି ଖୋଲା ରହିଛି । ସେଥିରେ ନୀଳମାଧବଙ୍କ ପରିବାରର ୧- ରାଣୀ ହାର ୧ଟି ୨-ହାର-୧ଟି, ୩-ଚେନ-୨ଟି, ୪-ମଙ୍ଗଳ ସୂତ୍ର-୨ଟି ୫-ମୁଦି-୪ଟି ୬-କାନଫୁଲ ୬ ହଳ ୭-ପଲା-୪ଟି ୮- ରୂପା ପାଉଁଜି-୪- ହଳ ୯-ଟଙ୍କା ୧୦,୦୦୦ ନେଇଯାଇଛନ୍ତି ।ସେହିଭଳି ନୀଳ ମାଧବଙ୍କ ବଡଭାଇଙ୍କର ୧- ସୁନା ଚେନ ୨ଟି ୨-ମୁଦି ୫ ହଳ ୩- କାନଫୁଲ -୪ ହଳ ୪-ମଙ୍ଗଳସୂତ୍ର ୧ଟି ୫-ପୁଳି ୭ ହଳ ୬-ପଦୋକ ୭ଟି ପାଉଁଜି ୧ ଟି ଏବଂ ଟଙ୍କା ୨୦,୦୦୦ ଚୋରି ହୋଇଯାଇଛି । ଏହାକୁ ନେଇ ନୀଳମାଧବ ସେଠୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଝରିଗୁମ୍ମା-କଣ୍ଟାଗାଁ ରାସ୍ତାର ଅବସ୍ଥା ଶୋଚନୀୟ

Sunil Chandra Nayak

ଗଜଲକ୍ଷ୍ମୀ ବଣିକ ସଙ୍ଘର ସଦସ୍ୟଙ୍କ ଅକାଳ ବିୟୋଗରେ ଶୋକସଭା

Sunil Chandra Nayak

ମୋହରା ରେ ମୁସଲିମ ଧର୍ମସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!