ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫଟକି ଆଦର୍ଶ ବିଦ୍ୟାଳୟ ରେ ନାହିଁ ବାଳକ ଛାତ୍ରlବାସ, ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଘାଟି ରାସ୍ତା ସହ ଯିବାକୁ ପଡୁଛି 40 କିମି 

ବିଭିନ୍ନ ସମସ୍ୟାକୁ ନେଇ ବିଧାୟକଙ୍କୁ ଭେଟିଲେ ଅଭିଭାବକ

ଚନ୍ଦାହାଣ୍ଡି-20/10(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟକି ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଆବାସିକ ବ୍ୟବସ୍ଥା ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ ସୁବିଧା କରାଯାଇ ଥିବାବେଳେ ଛାତ୍ର ମାନଙ୍କ ପାଇଁ ଦୀର୍ଘ 5ବର୍ଷ ବିତିଯାଇଥିଲେ ମଧ୍ୟ ହଷ୍ଟେଲ ସୁବିଧା ହୋଇ ପାରୁନଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଏବଂ ଛାତ୍ର ମାନେ 20/30 କିମି ଦୂର ରାସ୍ତାରେ ସାଇକେଲରେ ବିପଦ ସଂକୁଳ ଭାବେ ଯାତାୟାତ କରୁଥିବା ସହ ମାନସିକ ଚାପର ଶିକାର ହେଉଛନ୍ତି l ଏବଂ ଦଶମ ବୋର୍ଡ ପରୀକ୍ଷା ପାଇଁ ଛାତ୍ର ଛାତ୍ରୀ ମାନେ ଦୀର୍ଘ 40 କିମି ଘାଟି ରାସ୍ତା ଦେଇ ଝରୀଗାଁ ଓଏଭି କୁ ଯିବାକୁ ପଡୁଥିବାରୁ ପରୀକ୍ଷା କେନ୍ଦ୍ର ପରିବର୍ତନ ସହ ପ୍ରତିଦିନ ଘରୁ ଯାତାୟାତ କରୁଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ବସ ସୁବିଧା, ବାଳକ ମାନଙ୍କ ହଷ୍ଟେଲ ତଥା ବିଭିନ୍ନ ସମସ୍ୟାକୁ ନେଇ ଆଜି ଅଭିଭାବକ ମାନେ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ ଙ୍କୁ ଭେଟି ଏହି ସବୁ ସମସ୍ୟା ବିଷୟରେ ଅବଗତ କରେଇଥିଲେ l ବିଧାୟକ ଶ୍ରୀମାଝୀ ବାଳକଙ୍କ ଛାତ୍ରlବାସ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କେନ୍ଦ୍ର ପରିବର୍ତନ ଏବଂ ଛାତ୍ର ଛାତ୍ରୀ ଙ୍କ ଯାତାୟାତ ସୁବିଧା ନେଇ ଏ ବିଷୟରେ ରାଜ୍ୟ ଓଏଭି ଅଧକ୍ଷଙ୍କୁ ଭେଟି ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବାକୁ ପ୍ରକାଶ କରିଥିଲେ l ବର୍ତମାନ ଏହି ଫଟକି ଆଦର୍ଶ ବିଦ୍ୟାଳୟରେ ଏବର୍ଷ +2 ଆରମ୍ଭ ହୋଇଥିବାରୁ ଅଞ୍ଚଳର ଅଭିଭାବକ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି l ଏ ବିଷୟରେ ଫଟକି ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ କୈଳାଶ ମାଝୀଙ୍କୁ ଯୋଗାଯୋଗ କରିଥିଲୁ ସେ ତାଙ୍କ ପ୍ରତିକ୍ରିୟାରେ ବାଳକ ମାନଙ୍କ ହଷ୍ଟେଲ ସୁବିଧା ହେଉନଥିବାରୁ ଅନେକ ଛାତ୍ର ସ୍କୁଲ ପରିତ୍ୟାଗ କରୁଥିବା ସହ ବାଳକ ହଷ୍ଟେଲ ସୁବିଧା କରାଯିବା ଅତ୍ୟନ୍ତ ଜରୁରୀ ବୋଲି କହିଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କେନ୍ଦ୍ର ପରିବର୍ତନ ସମ୍ବନ୍ଧରେ ବିଭାଗୀୟ ଉପରସ୍ଥ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ l ଏବିଷୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବୀ ହୋଇଛି l ଅଭିଭାବକଙ୍କ ମଧ୍ୟରେ ଶ୍ୟାମ ସୁନ୍ଦର ସୁନାନୀ, ଚରନ ବେଶ୍ରା, ରତନ ଜଗତ,ରବୀନ୍ଦ୍ର ନାଥ ସାମଲ, ଲଷ୍ମୀଧର ନାୟକ, ଲୋଚନ ଦଣ୍ଡସେନା, ଗୋକୁଳ ମନହିରା ପ୍ରମୁଖଙ୍କ ସହ ଶତାଧିକ ଅବିଭାବକ ଉପସ୍ଥିତ ରହି ବିଧାୟକ ଶ୍ରୀମାଝୀଙ୍କୁ ଭେଟିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କୃଷି ଓ କୃଷକର ଉନ୍ନତି କଳ୍ପେ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ସରଂକ୍ଷିତ ଜଙ୍ଗଲ ଜମି ରୁ ଉଛେଦ ହେଲା ଖଣ୍ଡିଆ ବାବାଙ୍କ ବେଆଇନ ଆଶ୍ରମ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଲେଶ୍ଵରକୁ ମିଳିଲା ସମ୍ମାନ

Sunil Chandra Nayak

Leave a Comment

error: Content is protected !!