ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ସମିତି ସଭ୍ୟ ସଭ୍ୟାଙ୍କର ତିନିଦିନିଆ କର୍ମଶାଳା ଉଦଯାପିତ   

ବୌଦ୍ଧ -21/10 – ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ,ଓଡ଼ିଶା ତରଫରୁ ଲୋକ କଳା ବିକାଶ କେନ୍ଦ୍ରରେ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଙ୍କୁ ନେଇ ଚାଲିଥିବା ତିନି ଦିନିଆ କର୍ମଶାଳା  ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ DPM ଶ୍ରୀଯୁକ୍ତ ବିକ୍ରମ କୁମାର ସିଂ, ଶିଶୁମଙ୍ଗଳ ସମିତି ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ,ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ,ବୌଦ୍ଧ ବ୍ଲକର ଚେୟାରମେନ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ,ତାଲିମ ଦାତା ଭାବରେ ଶ୍ରୀଯୁକ୍ତ ସୂର୍ଯ୍ୟମଣି ପଣ୍ଡା,ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ। ଆଜି ଦିନର କାଲଂଶ ସରିବା ପରେ ସମସ୍ତ ପ୍ରତିଭାଗି ନିଜ ନିଜର ମତାମତ ପ୍ରଦାନ କରିଥିଲେ l ତିନି ଦିନ ଭିତରେ କଣ କଣ ଶିକ୍ଷଣୀୟ ତଥ୍ୟ ଥିଲା ସେ ବିଷୟରେ କହିଥିଲେ। ଶେଷରେ ଅନୁଷ୍ଠାନର କର୍ମୀ ପ୍ରତାପ ମେହେର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – ‘ନାଲି ବିନ୍ଦୁ’ ଅଭିଯାନ

Sunil Chandra Nayak

ଗାଁ ରେ ଝାଡ଼ା ବାନ୍ତି ଆତଙ୍କ : ଦୂଷିତ ପାନୀୟ ଜଳ ପିଇ,୬୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଓ ମେଡିକାଲ ରେ ଭର୍ତ୍ତି

Sunil Chandra Nayak

ଆମ୍ବ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ

Leave a Comment

error: Content is protected !!