ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଣି ଜରା ସ୍କୁଲରେ ସୁରଭି କାର୍ଯ୍ୟକ୍ରମ

 ଚିଲିଗୁଡା : ଜୁନାଗଡ଼ ବ୍ଲକ ବଣିଜରା ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବଣିଜରା କ୍ଲଷ୍ଟାର ର ସି ଆର ସି ସି ରାଜେଶ କୁମାର ସେଠ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବଣିଜରା ପଞ୍ଚାୟତ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଦିଲୀପ କୁମାର ମେହେର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଥିବା ବେଳେ  ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ବଣିଜରା ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ରେ ପୁରୁଣାସର ସ୍କୁଲର ପ୍ରଧାନ ଶିକ୍ଷକ ଯାମିନୀ କାନ୍ତ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ ।ଏହି ସୁରଭି କାର୍ଯ୍ୟକ୍ରମ ରେ କ୍ଲଷ୍ଟାର ର ସମସ୍ତ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗୀତା ଗୁଡିକ ଅନୁଷ୍ଠିତ ହୋଇଥିଲା ।ଏଥିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଶିକ୍ଷକ ମନ ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଡୁଲେଶ୍ୱର କୁମାର ,ପ୍ରଦୀପ ମାଝି ,ପ୍ରଦୀପ ଭୋଇ ,ପରମେଶ୍ୱର ମାଝି ,ଶିକ୍ଷୟତ୍ରୀ ରଶ୍ମିରେଖା ବାରିକ ,ସୋନାଲି ଶ୍ରୀୟ।ସ୍ମିତା ମହାନ୍ତି ପ୍ରମୁଖ ସହଯୋଗ କରି ଥିବା ବେଳେ ବଣିଜରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର କୁମାର ପାନ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

ସସ୍ମିତାରାଣୀ ନାୟକ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ

Sunil Chandra Nayak

ଓଡ଼ିଶା କୃଷକ ସଭାର ଜିଲ୍ଲା ସମ୍ମିଳନୀ ଆରମ୍ଭ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବକ୍ତା

Sunil Chandra Nayak

Leave a Comment

error: Content is protected !!