ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରୁପ୍ରା ୟୁପିଏସ୍ ରେ ଅନୁଷ୍ଠିତ 

ରୁପ୍ରା, ୨୨/୧୦ (ମନୀସ ) ,କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରୁପ୍ରା ସି.ଆର.ସି.ସି ଡମ୍ବରୁଧର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ନର୍ଲା ଏବିଇଓ ଗୋବର୍ଦ୍ଧନ ମାଝୀ ଯୋଗଦାନ କରି ସୁରଭି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ସମ୍ମାନୀତ ଅତିଥି ଭାବେ ରୁପ୍ରା ସରପଞ୍ଚ ଡଲି ବେହେରା ଓ ରୁପ୍ରା ୟୁପିଏସ୍ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବରେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ଯୋଗଦେଇ ଶିଶୁଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ, ପ୍ରତିଭାର ବିକାଶ ତଥା ମହିଳା ସଶକ୍ତିକରଣ ବାବଦରେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟର୍ ଅଧିନ ୧୨ଟି ସରକାରୀ ବିଦ୍ୟାଳୟ ଯଥା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରା, ପ୍ରାଥମିକ ବିଦ୍ୟାଳୟ ରୁପ୍ରା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପ୍ରା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତିତକେଲା, ପ୍ରାଥମିକ ବିଦ୍ୟାଳୟ ତିତକେଲା, ପ୍ରାଥମିକ ବିଦ୍ୟାଳୟ ଧଅଁରାମାଲ୍, ପ୍ରାଥମିକ ବିଦ୍ୟାଳୟ ଭାଲୁକଟା, ପ୍ରାଥମିକ ବିଦ୍ୟାଳୟ ଖମ୍ୱପଡା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ମେ, ପ୍ରାଥମିକ ବିଦ୍ୟାଳୟ ମାଲପଡା, ପ୍ରାଥମିକ ବିଦ୍ୟାଳୟ ନାଏକପଡା ଓ ପ୍ରାଥମିକ ବିଦ୍ୟାଳୟ ଟୁଟିଙ୍ଗର ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଭାବେ କ୍ଷୀରସିନ୍ଧୁ ସାହୁ, ଆଦିକନ୍ଦ ସାହୁ ଓ ସୁରେନ୍ଦ୍ର ଭୋଇ ରହିଥିଲେ। କ୍ଲଷ୍ଟର୍ ଅଧିନ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ମୃତ୍ୟୁଞ୍ଜୟ ବେହେରା, ସୁରେନ୍ଦ୍ର ଭୋଇ, ଆଦିକନ୍ଦ ସାହୁ, ଗୋପାଳ ଚନ୍ଦ୍ର ମାଝୀ, ରୁପାଧର ମାଝୀ, କ୍ଷମାଶୀଳ ସାହୁ, ଯୋଗବ୍ୟାସ ଭୋଇ, ବବିତା ମିଶ୍ର, କୁସୁମ ମଞ୍ଜରୀ ବହିଦାର, ଶିଶୁଦାସ ହରପାଲ, କ୍ଷୀରେସ୍ୱରୀ ମାଝୀ ଓ ଭୋଳାନାଥ ନାଏକଙ୍କ ସମେତ ଶିକ୍ଷକ /ଶିକ୍ଷୟିତ୍ରୀ ମୌସୁମୀମାଳା ଚୌଧୁରୀ, ପାର୍ଥମୋହନ ପ୍ରଧାନୀ, ଚୈତୁ ପାତ୍ର, ଯୁଗଳ ବିଶ୍ୱାଳ, ମନ୍ଦାକିନୀ ବିଶ୍ୱାଲ ଓ ପିଙ୍କି ବିହାରୀ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ। ପରେ ଅତିଥି ମାନେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ୨୫ ରୁ ୨୯ ତାରିଖ ମଧ୍ୟରେ ହେବାକୁଥିବା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ ଶିକ୍ଷକ ବିଜୟ ବିଶ୍ୱାଲ କରିଥିଲେ।

ରୁପ୍ରା ରୁ ପ୍ରଦିପ ସେନାପତି ଙ୍କ ରିପୋର୍ଟ 

Related posts

ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର

Sunil Chandra Nayak

ରାଉରକେଲା – କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ମଣ୍ଡାଠାକୁରା ଗ୍ରାମରେ ୨୩ ତମ ସାର୍ବଜନୀନ ଲକ୍ଷ୍ମୀପୂଜା

Sunil Chandra Nayak

Leave a Comment

error: Content is protected !!