ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

ଆଖିରୁ ସପନ ଅନେକ ଦୂର

ବେଣୁଧର ସୂତାର

ଭିଜା ନିଶୀଥର ରଜତ ମାୟାରେ
ସିକ୍ତ ହେଉଥିଲା ଏ ତନୁମନ
ଅୟୀ ପ୍ରକୃତିର ମାଧୁରିମା କୋଳେ
କି ସୁନ୍ଦର ଲାଗୁଥଲା ଜୀବନ
ଆଜିବି ରହିଛି ସ୍ମୃତି ଅନ୍ତରାଳେ
ଅତୀତର ଯେତେ ସୁନା ସପନ ।।
ଉଷା ଗୋଧୂଳିର ସୁବର୍ଣ୍ଣ ଢେଉରେ
ଝରୁଥିଲା ସତେ ମାଣିକ ମୋତି
ସ୍ବପ୍ନ ମହଲରେ ଝରା ଶେଫାଳିର
ଜୋଛନା ରାତିରେ ଛନକେ ଛାତି
ଫଗୁଣ ସଞ୍ଜର ନହୁଲି କୁଞ୍ଜରେ
ଝରୁଥିଲା ପ୍ରୀତି ସୁଧା ସୁମନ 
         ଅତୀତର ଯେତେ ………
ଚାରୁ ଚାନ୍ଦିନୀରେ ଚହଟୁ ଥିଲାସେ
ଚପଳ ହସରେ ଚଇତି ମଲ୍ଲୀ
ରୂପ ରୋଷଣୀର ବହଳ ମାଦକେ
ଗାଉଥିଲା କଇଁ ପ୍ରୀତି ରଙ୍ଗୋଲି
ପ୍ରୀତି ମାଧୁରୀର ପ୍ରଣୟ ବଲ୍ଲରୀ
ଅମୃତମୟ ସେ ପ୍ରେମ ବନ୍ଧନ
         ଅତୀତର ଯେତେ………..
ନବ ଉନ୍ମାଦର ସୀମାହୀନ ଛନ୍ଦ
ଆକାଂକ୍ଷାର ନୀଳସ୍ବପ୍ନ ସମ୍ଭାର
ଭାବ ତନ୍ମୟର ପବିତ୍ର ଲହର
ମରୁଭୂମି ଲାଗେ ସ୍ନିଗ୍ଧ ମଧୁର
କେତେ ମଧୁବୋଳା ମହକ ପଖଳା
ମୁକୁଳା ବୁକୁର ଭାବ ସ୍ପନ୍ଦନ
        ଅତୀତର ଯେତେ……….
ତୁଟି ଯାଇଛି ସେ ସ୍ବପ୍ନିଳ ଉଛ୍ବାସ
ସମୟ ଭୂଗୋଳେ ଏ ଆଖିତଳେ
ନୀଳ ଶୂନ୍ୟତାର ଆଶା ଅସ୍ତରାଗ
ଅସହାୟତାର ଲହରି ମାଳେ
ଆଖିରୁ ସପନ ଆଜି ବହୁଦୂର
ମଉଳି ଯାଇଛି ରୂପ ଯୌବନ
ଆଜିବି ରହିଛି ସ୍ମୁତି ଅନ୍ତରାଳେ
ଅତୀତର ଯେତେ ସୁନା ସପନ ।।

କେଶଦୁରାପାଳ , କେନ୍ଦୁଝର

Related posts

ପୋଲ ନିର୍ମାଣରେ ବିଳମ୍ବ, ଭୟଭିତ ଅବସ୍ଥାରେ ନଦୀ କୁଳିଆ ଗ୍ରାମବାସୀ

Sunil Chandra Nayak

ବରିଷ୍ଠ କଳାକାର ସଂଘର କଳାକାର ଏକତା ଅଭିଯାନରେ ବାଲେଶ୍ବର 

Sunil Chandra Nayak

ପ୍ରଥମ ବର୍ଷା – ଅସ୍ଥାୟୀ ପୋଲକୁ ଧୋଇ ନେଲା

Leave a Comment

error: Content is protected !!