ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂକ୍ରିଟ ରାସ୍ତା ଖାଇଗଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

ନୂଆପଡା, -:  ସବୁ ଗାଁକୁ ସହର ସହ ସଂଯୋଗ କରିବା ପାଇଁ ସରକାର ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ସଲାସୁତୁରା ରେ ଅନେକ ସ୍ଥାନରେ ରେ ନିମ୍ନମାନ ର କାର୍ଯ୍ୟ ହେଉଥିବା ବେକେ ରାସ୍ତା ର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ତ କେଉଁ ଜାଗା ରେ ରାସ୍ତା ନିର୍ମାଣ ନ କରି ଟଙ୍କା ଆତ୍ମସାତ କରି ଉଭୟେ ମାଲେମାଲ ହେଉଥିବା ଦେଖିବା କୁ ମିଳୁଛି । ଏପରି ଏକ ଘଟଣା ସାମ୍ନା କୁ ଆସିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବିଜେପୁର ଠାରୁ ଗୋଡ଼ଧୁଆପଦର ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ରେ । କଂକ୍ରିଟ କାମ ନ କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ର ଗୋଡ଼ଧୁଆପଦର ହେଉଛି ଏକ ଆଦିବାସୀ ବହୁଳ ଗାଁ । ଏହି ଗାଁକୁ ସହର ସହ ସଂଯୋଗ କରିବା ପାଇଁ ୨୦୧୫ ମସିହା ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ ପାଇଁ ଏକ କୋଟି ୧୩ ଲକ୍ଷ ୫୫ ହଜାର ଟଙ୍କା ରେ ରାସ୍ତା ନିର୍ମାଣ ହୋଇଥିଲା । ଏହି ଯୋଜନା ରେ ଗାଁ ମଧ୍ୟରେ ୨୭୦ ମିଟର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସୂଚନା ଫଳକ ରେ ଦର୍ଶାଯାଇଛି । କାର୍ଯ୍ୟ କରୁଥିବା ଠିକାଦାର ଶ୍ରମତୀ ରେଖା ସିଂଘାଲ ନିମ୍ନ ମାନର ପିଚୁ ରାସ୍ତା କରିବା ସହ ବର୍ତ୍ତମାନ ଯାଏ ଆଜକୁ ପାଞ୍ଚ ବର୍ଷ ବିତିଯାଇଥିଲେ ହେଁ କଂକ୍ରିଟ ରାସ୍ତା ନିର୍ମାଣ କରି ନାହାଁନ୍ତି । କଂକ୍ରିଟ ରାସ୍ତା ନିର୍ମାଣ ହୋଇନଥିବା ରୁ ଗୋଡ଼ଧୁଆପଦର ଗ୍ରାମବାସୀ ଙ୍କ ଯାତାୟାତ ର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖଡ଼ିଆଳ ବ୍ଲକ ଗୋଡ଼ଧୁଆପଦର ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨୭୦ ମିଟର କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସୂଚନା ଫଳକ ରେ ଉଲ୍ଲେଖ ରହିଛି । ଏମିତି କି ପିଚୁ ରାସ୍ତା ନିର୍ମାଣ ସମୟ ରେ ପୂର୍ବରୁ ଠିକ ଥିବା ରାସ୍ତାକୁ ଠିକାଦାର ଭାଙ୍ଗି ଦେଇଥିଲେ । ଗ୍ରାମବାସୀ ଙ୍କ ଆଶା ଥିଲା ନୂତନ କଂକ୍ରିଟ ରାସ୍ତା ନିର୍ମାଣ ହେବ । ହେଲେ ଆଜକୁ ପାଞ୍ଚ ବର୍ଷ ବିତି ଯାଇଥିଲେ ହେଁ କଂକ୍ରିଟ ରାସ୍ତା ନିର୍ମାଣ ହୋଇ ପାରିଲା ନାହିଁ । ବାରମ୍ବାର ଗ୍ରାମବାସୀ ଠିକାଦାର ଙ୍କ ଠାରୁ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଜଣାଉଥିଲେ ହେଁ କିଏ କର୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି । ଏ ପାଖରେ ଗୋଟିଏ ପ୍ରଶ୍ନ ଆସେ ଏହି ରାସ୍ତା ନିର୍ମାଣ ସମୟ ଅବଧି ସରି ଯାଇଥିବା ବେଳେ କାହିଁକି କଂକ୍ରିଟ ରାସ୍ତା ନିର୍ମାଣ ହୋଇ ପାରିନାହିଁ ନାଁ ମିଳିମିଶି କଂକ୍ରିଟ ରାସ୍ତା ଖାଇଗଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ତାହା ସନ୍ଦେହ ଘେରରେ । ତୁରନ୍ତ ଆମ ଗାଁର ଠିକ ଥିବା ରାସ୍ତା କୁ ଭାଙ୍ଗିଥିବା ଠିକାଦାର ନୂତନ ରାସ୍ତା ନିର୍ମାଣ କରୁ ଅନ୍ୟଥା ରାଜ ରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବୁ ବୋଲି ଚେତାବିନୀ ଦେଇଛନ୍ତି ଗ୍ରାମବାସୀ। ଅପରପକ୍ଷରେ ଆମେ ଏବାବଦ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କୁ ପଚାରିବାରୁ ଘଟଣା କୁ ହାଲୁକା ର ସହ ନେଇ ଏ ବାବଦ ର ଟଙ୍କା ବଳକା ରହି ଯାଇଛି ଏବଂ ବର୍ତ୍ତମାନ ସେହି ପ୍ରୋଜେକ୍ଟ ବନ୍ଦ କରି ଦେଇଛୁ । କୌଣସି ପ୍ରକାର ରେ ଆରେଞ୍ଜ କରି ତାର ସମାଧାନ କରି ରାସ୍ତା କରି ଦିଆଯିବ ବୋଲି କହିଛନ୍ତି ।  ଖଡ଼ିଆଳ ବ୍ଲକ ବିଜେପୁର ଗୋଡ଼ଧୁଆପଦର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣା ପଡୁଥିବା ବେଳେ କଂକ୍ରିଟ ରାସ୍ତାକୁ ସମ୍ପୂର୍ଣ୍ଣ ଭାବରେ କିଏ ଖାଇଲା ତାହା ତଦନ୍ତ ସାପେକ୍ଷ । ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଳି ନାଁ ଠିକାଦାର ପ୍ରୀତି । ଏହାର ଉଚିତ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଗୋଡ଼ଧୁଆପଦର ପଦର ରେ କଂକ୍ରିଟ ରାସ୍ତା ନିର୍ମାଣ କରିବା ଜରୁରୀ ହୋଇ ପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କନ୍ଦାଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଙ୍କ ଦ୍ଵାରା ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳବନ୍ଦୀ ଅଞ୍ଚଳର ଦୁଃଖ।। ଜନନୀ ଯନ୍ତ୍ରଣା ର ବିକଳ ଚିତ୍ର : ଗୁହାରି ଶୁଣିବ କିଏ ?

Sunil Chandra Nayak

Leave a Comment

error: Content is protected !!