ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା

ବାଲେଶ୍ଵର,୨୩/୧୦/୨୨- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ । ଗତ ୧୯୩୯ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ଗଠିତ ବାମପନ୍ଥୀ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକରେ ନୂତନ ଭାବେ ଯୋଗଦେଲେ ପୂର୍ବତନ ସିପିଆଇଏମ ନେତା ସନ୍ତୋଷ କୁମାର ସାହୁ । ସୂଚନା ଅନୁଯାୟୀ ଗତ ୨୦/୧୦/୨୦୨୨ ତାରିଖ ଦିନ ଶ୍ରୀ ସାହୁ ଭୁବନେଶ୍ଵର ସ୍ଥିତ ଅଲ୍ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ଏଥିରେ ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଶ୍ରୀ ସାହୁଙ୍କର ସଦସ୍ୟତା ଗ୍ରହଣ କରିଥିଲେ । ସେହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ଗତକାଲି ଅର୍ଥାତ୍ ତା ୨୨/୧୦/୨୨ରିଖ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆହୁରି ମଧ୍ୟ ଶ୍ରୀ ସାହୁ କହିଛନ୍ତି ଆଗାମୀ ଦିନରେ ଅଲ୍ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ ଦଳକୁ ବାଲେଶ୍ଵର ଜିଲ୍ଲାରେ କିଭଳି ସୁଦୃଢ କରାଯାଇ ପାରିବ ସେଥିପାଇଁ ସେ ଯଥାସାଧ୍ୟ ଉଦ୍ୟମ ଜାରି ରଖିବେ। ଶ୍ରୀ ସାହୁ ଛାତ୍ର ଜୀବନରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରି ଆସୁଥିଲେ, ଆଜି ସେହି ସୁବାଷ ଚନ୍ଦ୍ର ବୋଷଙ୍କ ଗଠିତ ରାଜନୈତିକ ସଂଗଠନ ଅଲ୍ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକରେ ଯୋଗଦାନ କରିଥିବାରୁ ସେ ନିଜକୁ ଖୁବ୍ ଗର୍ବିତ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ସାମ୍ବାଦିକ ମାନଙ୍କ ତରଫରୁ ପଚରାଯାଇଥିବା ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇଥିଲେ ଶ୍ରୀ ସାହୁ ।ଏଥିରେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମେତ ଲୋଚନ ରାଉତ, ଆଲୋକ ମୟ ପଣ୍ଡା, ପଦ୍ମଲୋଚନ ଦାସ, କିଶୋର କୁମାର ବେହେରା, ରଘୁନାଥ ନାୟକ ଏବଂ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଲିଭିଂ ହୋପ ଇଂଲିଶ ସ୍କୁଲର Kids Play School ଉଦଘାଟନୀ ଉତ୍ସବ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଏହି ତ ଜୀବନ ବ୍ୟଥା

Sunil Chandra Nayak

ପିଡିଏସ୍ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚାମ୍ପାଅନସିପ୍-୨ ର ଫାଇନାଲରେ ପହଞ୍ଚିଛନ୍ତି ଉମରକୋଟର ଝିଅ ପାୟଲ

Sunil Chandra Nayak

Leave a Comment

error: Content is protected !!