ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଗୁରୁତର

ନୂଆପଡା -:  ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଣ୍ଟାବାଞ୍ଜି ରାସ୍ତା ପାର୍ଶ୍ୱରେ ଥିବା ଅସ୍ଥାୟୀ ବାଣ ଦୋକାନ ଠାରେ ଦୁର୍ଘଟଣା ରେ ପାଞ୍ଚ ଆହତ । ଘଟଣାରୁ ପ୍ରକାଶ ଯେ ରବିବାର ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ କଣ୍ଟାବାଞ୍ଜିରୁ ଖଡ଼ିଆଳ ଆସୁଥିବା ଏକ ଡିଜାର ଓଡ଼ି ୦୨ ବି ଆର ୧୩୬୮ ଦ୍ରୁତ ଗତିରେ ଆସି ପ୍ରଥମେ ରାସ୍ତା କଡରେ ଥିବା ବିଜୁଳି ଖମ୍ବକୁ ଧକ୍କା ଦେଇ ବାଣ କିଣିବାକୁ ସ୍କୁଟିରେ ଯାଉଥିବା ଗୋଟିଏ ପରିବାରର ତିନି ସଦସ୍ୟ ବାପା କିଶୋର ଶର୍ମା, ଝିଅ ଶ୍ରଦ୍ଧା ଶର୍ମା ଓ ପୁତୁରା ଜଣେ ଶିଶୁଙ୍କୁ ଧକ୍କା ଦେଇଥିବାରୁ ତିନି ଜଣ କୋଡିଏ ଫୁଟ ଦୂରରେ ଛିଟିକି ପଡ଼ିଥିଲେ । ଗାଡି ଚାଳକ ଯୋଗେନ୍ଦ୍ର ଭୋଇ ଓ ଗାଡ଼ିରେ ବସିଥିବା ରିତିକ ବନଛୋର ମଧ୍ୟ ଆହତ ହୋଇଛନ୍ତି । ସେଥି ମଧ୍ୟରେ କିଶୋର ଶର୍ମା ଓ ଝିଅ ଶ୍ରଦ୍ଧା ଶର୍ମା ଗୁରୁତର ଥିବାରୁ ରାୟପୁର ସ୍ଥାନାନ୍ତର କରିଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ପରିବାର ଖଡ଼ିଆଳ ଗଡ୍ରାମୁଣ୍ଡାର  ବୋଲି ଜଣା ପଡ଼ିଛି । ସୁଚନାଯୋଗ୍ୟ ଦୁର୍ଘଟଣାରେ ତିନିଟି ମୋଟର ସାଇକେଲ ଓ ସାଇକେଲକୁ କ୍ଷତି ହୋଇଥିବା ଜଣା ଜଣା ପଡ଼ିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତେରେସିଂହାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ 

Sunil Chandra Nayak

ମମତା ସାହୁ ଙ୍କ କବିତା ପିତୃପକ୍ଷ

Sunil Chandra Nayak

ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ ଖଲାସ ଦାବିରେ ରାଜ୍ୟପାଳ ଙ୍କୁ ଦାବିପତ୍ର

Leave a Comment

error: Content is protected !!