ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଲୋକ ର ପର୍ବ ପାଇଁ ଦୀପ ପ୍ରସ୍ତୁତ , ଆଶା ଭଲ ବିକ୍ରି ର 

ତେନ୍ତୁଳିଖୁଣ୍ଟି -22 10 /22 ତେନ୍ତୁଳିଖୁଣ୍ଟି ବ୍ଲକରେ ପରମ୍ପରା ଅନୁସାରେ ଘରେ ଘରେ ଜଳିବ ଦୀପ ଆଉ ଖେଳିବ ଆନନ୍ଦର ଲହରୀ । ଦୀର୍ଘ ଦୁଇବର୍ଷ ପରେ ଧୁମଧାମରେ ଦୀପାବଳି ପାଳିବେ ରାଜ୍ୟବାସୀ । ଯାହାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଦୀପାବଳିରେ ମାଟିଦୀପର ଚାହିଦା ବେଶ ଅଧିକ ରହିଥିବାବେଳେ ସବୁଆଡେ ଜୋରସୋରରେ ଚାଲିଛି ଦୀପ ପ୍ରସ୍ତୁତି ।ଦୀପାବଳି ପାଇଁ ଚଳଚଞ୍ଚଳ ତେନ୍ତୁଲିଖୁଣ୍ଟି ବ୍ଳକର  କନ୍ଦଗୁଡା, ଲକଡୀ ପଳା, ଖାତିଗୁଡା,,ଗ୍ରାମର କୁମ୍ଭକାରମାନେ ଲାଗିପଡିଛନ୍ତି ଦୀପ ପ୍ରସ୍ତୁତିରେ  । ଘରେ ଘରେ ପୁରୁଷ ଆଉ ମହିଳାମାନେ ନିଜର କାମ ସାରି ମାଟିକୁ ଚକଟି ଦୀପ ପ୍ରସ୍ତୁତରେ ଲାଗିପଡିଛନ୍ତି । କିଏ ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଶୁଖେଇବାରେ ବ୍ୟସ୍ତ ପୁଣି ଆଉ କିଏ ଭାଟିରେ ଦୀପକୁ ପୋଡୁଛି । ଆଉ କିଏ ଗାଁ ଗାଁ ବୁଲି ବିକିବା ରେ ବ୍ୟସ୍ତ  କିଛି କୁମ୍ଭକାର ସେମାନଙ୍କ ବୃତ୍ତି ଛାଡିବାକୁ ବସିଥିବାବେଳେ ଆଉ କିଛି ବୟସ୍କବ୍ୟକ୍ତି ପରମ୍ପରାକୁ ଜାବୁଡି ଧରିଛନ୍ତି । ଆଉ ଦୀପାବଳି ପାଇଁ ଭଳିିକି ଭଳି ଦୀପ ପ୍ରସ୍ତୁତ କରୁଛନ୍ତି । ଗତବର୍ଷ ଅପେକ୍ଷା ଏବର୍ଷ ଭଲ ବେପାର ହେବ ବୋଲି ଆଶାରଖିଛୁ । ଏକ ଟଙ୍କାରୁ ଆରମ୍ଭ କରି 50 ଟଙ୍କା ପର୍ଯ୍ୟନ୍ତ ବଡ ଦୀପ ପ୍ରସ୍ତୁତ କରି ବିକୁଛନ୍ତି। ଆଜି ସପ୍ତାହିକ ହାଟ ପୂଜାରୀଗୁଡା ରେ ଦିପ ପସରା ମେଳି ହୋଇଥିଲା କିଣିବା ଲୋକଙ୍କ ବି ଭିଡ଼ ଦେଖିବାକୁ ମିଳିଥିଲା। ଦୀପାବଳି ଆସିଲେ ଏହି ଦୀପର ଚାହିଦା ଦ୍ୱିଗୁଣିତ ହୋଇଥାଏ । ଆଉ ସେଇଥିପାଇଁ ଦୀପାବଳୀର ମାସକ ପୂର୍ବରୁ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର । ବଜାର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କମ ଦୀପାଳି, ଛାଞ୍ଚ ଦୀପାଳି, ସଦା ଦୀପାଳି ଭଳି ପାଞ୍ଚରୁ ସାତ ପ୍ରକାର ଦୀପ ପ୍ରସ୍ତୁତ କରୁଥିବା କହିଛନ୍ତି କାରିଗର । ଏ ଦୀପ କେବଳ ବ୍ଳକ ର ସାପ୍ତାହିକ ହାଟ, ଗାଁ ଗାଁ ରେ ପୁରୁଷ ମାନେ ସାଇକେଲ ରେ ଦୀପ ବିକିବାକୁ ବୁଲୁଥିବା ଦେଖିବାକୁ ମିଳୁଛି । ଦୀପାବଳିରେ ଦୀପ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି କୁମ୍ଭକାର ପରିବାର । ଏଥର ବିନା କଟକଣାରେ ଦୀପାବଳି ପାଳନ କରାଯାଉଥିବାରୁ ଗତବର୍ଷ ଅପେକ୍ଷା ଏବର୍ଷ ଭଲ ବେପାର ଆଶା ରଖିଛନ୍ତି।

 ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧା ଠାରେ ରଜ ମହୋତ୍ସବ ପାଳନ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଅକ୍ଷୟ ତୃତୀୟା

ଡଃ ନବୀନ କୁମାର ସାହୁ ଙ୍କ ଶ୍ରାଦ୍ଧ ଦିବସ ଓ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!