ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅମିନ ସଂଘ ଢେଙ୍କାନାଳ ର ଜିଲ୍ଲା ସ୍ତରୀୟ ସାଧାରଣ ସଭା

ଢେଙ୍କାନାଳ (ମ ନି ସ)୨୨/୧୦_ ଜିଲ୍ଲା ସ୍ତରୀୟ ଅମିନ ସଂଘ ସାଧାରଣ ସଭା ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହେଇଯାଇଛି। ଏହି ସଭା ରେ ଜିଲ୍ଲାର ବିଭିନ୍ନ ତହସିଲ ରେ କାମ କରୁଥିବା ଅମିନ ମାନେ ଯୋଗଦାନ ଦେଇ ସେମାନଙ୍କର ବିଭିନ୍ନ ପ୍ରକାର ଦାବି ଆପ‌ତ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଦାବିଗୁଡିକୁ ହେଲା – ଅମିନ ମାନଙ୍କର ସ୍ୱତନ୍ତ କାର୍ଯ୍ୟତାଲିକା ସଂଶୋଧନ ଓ ଗ୍ରେଡ ପେ କୁ ୧୮୦୦ ରୁ୨୮୦୦ କୁ ବୃଦ୍ଧି ଓ ଅମିନ ମାନଙ୍କର ତହସିଲ ଡାଟାବେସ ରେ ସ୍ୱତନ୍ତ ଆଇ ଡି ଜରିଆ ରେ କାର୍ଯ୍ୟ ସମ୍ପାଦନ କରିବା। ଏଥିରେ ସଭାପତି ରାକେଶ କୁମାର ପଣ୍ଡା, ସମ୍ପାଦକ ବାବୁଗଡ ରାମମିତ୍ର ପ୍ରଧାନ ,ବିରେନ୍ଦ୍ର ସାହୁ, ଦୁଷ୍ମନ୍ତ ଖିଲାର, ଦିପ୍ତିରଞ୍ଜନ ସାହୁ, ଦାଶରଥି ସାହୁ,ରାକେଶ ସେଠୀ, ଦୁଲେଇ କିଶାନ, ତସ୍ନିମ୍ ବାନୁ ବେଗମ, ଅସ୍ମିନ ସାମଲ , ନିରାକାର ସିଂହ, ଦିନେଶ ସାହୁ, ହାଡିବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ସମ୍ପାଦନ କରିଥିଲେ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

Sunil Chandra Nayak

ଜଗନ୍ନାଥପୁର ରାସ୍ତା କଡରେ ଅଳିଆ ଆର୍ବଜନା କୁଢକୁଢ ହୋଇ ଭରି ହୋଇ ପଡିଛି

Sunil Chandra Nayak

କୃଷକ ଓଡିଶା ପଞ୍ଜିକରଣ ଓ ଇ _ KYC କରିବାକୁ ନେଇ ବୈଠକ

Sunil Chandra Nayak

Leave a Comment

error: Content is protected !!