ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡିର ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ମିଳିଲା “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍” 

ଭବାନୀପାଟଣା, ୨୩/୧୦ (ମ ନି ସ .) : କଳାହାଣ୍ଡି ଜିଲ୍ଲା ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଣ୍ଡେସନ ପକ୍ଷରୁ ଉନ୍ନତ ଚିତ୍ରକଳା ନିମନ୍ତେ ମର୍ଯ୍ୟାଦାଜନକ “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍” ରେ ସମ୍ମାନୀତ କରାଯାଇଛି । ଦିଲ୍ଲୀସ୍ଥିତ ଏହି ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଣ୍ଡେସନ ତରଫରୁ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମହାବୀରପଡ଼ା ୱାର୍ଡ ନଂ ୧୦ର୍ ଯୁବ ଚିତ୍ରାଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଗୁନଗୁନ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କର ମଧ୍ୟରେ ଅନିଶା ୱେବର ନିର୍ଦ୍ଦେଶକ ଅର୍ଜୁନ ଶେଖର ଓଡିଶା ନ୍ୟୁଜର ନିର୍ଦ୍ଦେଶକ ଅମର କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଦିଲ୍ଲୀ ୱାର୍ଡ ଚ୍ୟାରିଟି ୱେଲଫେୟାର ତରଫରୁ ଶ୍ରେଷ୍ଠ ପ୍ରତିଭା ମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଖୋଲି ବାହାର କରି ସେମାନଙ୍କୁ ଆଗକୁ ବଡିବାର ପ୍ରେରଣା ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମର୍ ଆୟୋଜନ୍ କରାଯାଇଥାଏ। କଳାହାଣ୍ଡି ଜିଲ୍ଲାର ଯୁବ ପ୍ରତିଭା କ୍ଷୀରସିନ୍ଧୁ ଭୋଇଙ୍କର୍ ଏଭଳି ପୁରୁସ୍କାର ଲାଭ କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ନିତ୍ୟାନନ୍ଦ ସରସ୍ବତୀ ଶିଶୁମନ୍ଦିର ନୂଆଗାଁର ବାଜିମାତ

ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

ଅଶାକର୍ମୀ କ୍ଷ୍ୟମାସିଲାଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ

Sunil Chandra Nayak

Leave a Comment

error: Content is protected !!