ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିସ୍ମୟ ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଶତବାର୍ଷିକୀ ପାଳନ

ରାଉରକେଲା/ ଓଡିଶାର ସକ୍ରେଟିସ ଭାବେ ଅବହିତ ପ୍ରଫେସର ଚିତ୍ତରଞ୍ଜନ ଦାସ ବାସ୍ତବିକ ଜଣେ ବିସ୍ମୟ ପୁରୁଷ । ଜ୍ଞାନ ଜଗତର ସବୁ ପ୍ରସ୍ତ, ବହୁବିଧ ବିଷୟରେ ଗଭୀର ସଞ୍ଚାରଣ ଥିଲା ତାଙ୍କ ଆଦର୍ଶ । ସେ ମଣିଷ ଭିତରେ ଥିଲେ ସକଳ ଦେବଗୁଣର ଆଧାର ବୋଲି ଅତିଥିମାନେ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଶତବାର୍ଷିକୀ ପାଳନ ଅବସରରେ ପ୍ରକାଶ କରିଛନ୍ତି । ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଦୁଇ ଦିନିଆ ଆୟୋଜିତ ସଂପାନ ‘ ବିସ୍ମୟ ପୁରୁଷ ‘ ଚିତ୍ତରଞ୍ଜନ କାର୍ଯ୍ୟକ୍ରମରେ ଉପରୋକ୍ତ ମନ୍ତବ୍ଯ ପ୍ରକାଶ ପାଇଥିଲା । ପ୍ରଥମ ଦିନରେ ସଂଘର ସଭାପତି ଅଜୟ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ମୁଖ୍ୟଅତିଥି, ସମ୍ମାନିତ ବକ୍ତା ଭାବେ ଓଡିଶାର ପ୍ରଥମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଶ୍ରୀ ଅରବିନ୍ଦ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ପାଢୀ ଓ ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ରାଜୀବ ପାଣି, ସଂଘର ପ୍ରାକ୍ତନ ସଭାପତି ତଥା କାର୍ଯ୍ୟକ୍ରମର ଆବାହକ ଭାରତ ଭୂଷଣ ମହାନ୍ତି ସମ୍ମାନିତ ଅତିଥି ଭାବେ ଓ ସଂପାଦକ ରାଧାମୋହନ ନାୟକ ମଞ୍ଚାସୀନ ଥିଲେ । ସମ୍ମାନିତ ବକ୍ତା ଶ୍ରୀ ପାଢୀ ଜୀବନ ବିଦ୍ୟାଳୟ ଓ ଶ୍ରୀ ପାଣି ଜୀବନ ବିଦ୍ୟାଳୟରେ ଜୀବନ ଦର୍ଶନ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ଚିତ୍ତଭାଇ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଚିତ୍ତଭାଇ ଏକାଧାରାରେ ଜଣେ ଆଦର୍ଶ ସାହିତ୍ୟିକ, ଚିନ୍ତକ,ସମାଜ ବିଜ୍ଞାନୀ, ମନସ୍ତତ୍ତ୍ଵବିତ୍, ଶିକ୍ଷକ, ସମାଜସେବୀ, ଦର୍ଶନଶାସ୍ତ୍ରୀ, ବହୁଭାଷାଜ୍ଞାନୀ,ଶାଣିତ ସମାଲୋଚକ ଭାବେ ଅବହିତ କରି କହିଲେ ଯେ ଚିତ୍ତଭାଇ ସବୁ ପର୍ଯ୍ୟାୟରେ ପାରଦର୍ଶିତା ଲାଭ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଶତପଥୀ ଓ ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ଚିତ୍ତଭାଇଙ୍କ ଜୀବନ ଦର୍ଶନ କିପରି ଶିକ୍ଷା ସମାଜକୁ ପ୍ରଭାବିତ କରିଛି , ସେ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ବକ୍ତା ଶ୍ରୀ ପାଢୀ ରବିନ୍ଦ୍ର ସଂଗୀତ ଗାନ କରିଥିବା ବେଳେ ମଂଚ ସଂଯୋଜନା ଅଶୋକ କୁମାର ପଟ୍ଟନାୟକ କରିଥିଲେ । ଦ୍ୱିତୀୟ ଦିବସରେ ସଂଘର ସଭାପତି ଅଜୟ କୁମାର ନାୟକଙ୍କ ସଭାପତିତ୍ବରେ ରବିନ୍ଦ୍ର ନାଥ ପାଢୀ ମୁଖ୍ୟଅତିଥି, ସମ୍ମାନିତ ବକ୍ତା ଭାବେ ଡଃ ନଗେନ ଦାସ, ପ୍ରଫେସର ଭବେଶ ଚନ୍ଦ୍ର ସାହୁ, ଡଃ ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ରଶ୍ମି ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସୁରେଶ ଚନ୍ଦ୍ର ନାୟକ ରବିନ୍ଦ୍ର ସଂଗୀତ ଗାନ କରିଥିଲା ବେଳେ ବକ୍ତା ଡଃ ଦାସ ‘ ମଣିଷ ଲୋଡୁଥିବା ମଣିଷ ଚିତ୍ତଭାଇ ‘ ପ୍ରଫେସର ସାହୁ ‘ଋଷି ଚେତନାର ମନିଷୀ ଚିତ୍ତଭାଇ ‘ ଓ ଡଃ ମଲ୍ଲିକ ‘ଓଡିଶାର ସକ୍ରେଟିସ ଚିତ୍ତଭାଇ’ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ପାଢୀ ଚିତ୍ତଭାଇଙ୍କ ଜୀବନ ଦର୍ଶନ ଓ ତାଙ୍କ କାର୍ଯ୍ୟକଳାପ କିପରି ସୂଦୁର ପ୍ରସାରୀ ଥିଲା ତାହା ବ୍ୟକ୍ତ କରିଥିଲେ । ଏହି ଅବସରରେ ଚିତ୍ତରଞ୍ଜନ ଦାସଙ୍କ ରଚନାବଳୀର ପ୍ରଦର୍ଶନୀ ସହ ତାଙ୍କ ରଚିତ ପୁସ୍ତକ ‘ ଆଉ ଏକ ସକାଳ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷରେ ସଂପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, କବି, ସମାଜସେବୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଆବାହକ ଶ୍ରୀ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ସହ ସାଧୁବାଦ ଜଣାଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନୂଆପଡା – ରବିମଣ୍ଡି ଆରମ୍ଭ, ପ୍ରଥମ ଦିନରେ ଉଠିଲା ନାହିଁ ବସ୍ତାଏ ଧାନ 

ବରିଷ୍ଠ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ସଂସ୍କୃତ ଶିକ୍ଷକ ପ୍ରଦିପ୍ତ ଷଡଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!