ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଣ୍ଟୁ ମେହେର ଙ୍କ କବିତା ଦୀପାବଳି

     ଦୀପାବଳି

     
ବରଷକେ ଥରେ କାର୍ତ୍ତିକ ମାସରେ
     ଆସିଥାଏ କାଳୀ ପୂଜା ।
ଦୀପାବଳି ନାମେ ଜାଣେ ଜଗତ 
   କରୁଥାଏ ସାଜ ସଜା ।।
ମହିଶା ମର୍ଦିନି ମହାକାଳୀ ରୂପେ 
    ପୂଜା ପାଏ ସବୁଠାନେ ।
କରୁଣା ଦାୟିନୀ ମା ଦୁର୍ଗତି ନାସିନି
  ଭକ୍ତି ଥାଉ ପ୍ରାଣୀ ମନେ।।
ନିମନ୍ତ୍ରଣ କରି ପିତୃପୂରୁଷ ମାନଙ୍କୁ 
    କରିଥାନ୍ତି ତାଙ୍କୁ ପୂଜା ।
ପିଠାମଣ୍ଡା ସଙ୍ଗେ ଗଇଁଠା ତିଆରିକରି
   ଜଳାଇ ଦୀପ ଲାଗେ ମଜା ।।
ବାଣ ଫୁଟାଇ ଦୀପ ଲଗାଇ କେତେ
    ଚାରିଆଡେ ଆଲୁଅ ଦିସେ ।
ଖୁସିରେ ସମସ୍ତେ ପାଳନ କରନ୍ତି 
    ଦୀପାବଳି ଥରେ ଆସେ ।।
 ରାବଣ ପୋଡ଼ି ବହୁତ ମଜା ଲାଗେ
     ସାଜ ସଜା ହୁଏ ବୋଲି ।
ସମସ୍ତେ ମିଶି ସବୁ ପାଳନ କରିବା
     ଆସିଛି ଦୀପାବଳି ।।   

     ପିଣ୍ଟୁମେହେର

ବାଘପାଲି(ଫାଉପାଲି )ବୌଦ୍ଧ 

Related posts

ଭବାନୀପାଟଣା ଠାରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ପ୍ରଥମ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ପୂର୍ଣ୍ଣାଙ୍ଗ ଦାୟିତ୍ବ

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ? ଅଗ୍ନିଶମ ସୁରକ୍ଷା ଅନୁମତି ବିନା ଚାଲିଛି ବିଦ୍ୟାଳୟ ଛାତ୍ରୀ ଓ ଛାତ୍ରାବାସ !

Sunil Chandra Nayak

Leave a Comment

error: Content is protected !!