ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ମହକ

     

         ମହକ

ଛଅ ଋତୁ ସିଏ ଛଅଟି ଭଉଣୀ ରୂପ ତାଙ୍କ ଭିନ୍ନ ଭିନ୍ନ
ଆସନ୍ତି ମର୍ତ୍ତ୍ୟକୁ ନୂଆ ବେଶ ନେଇ ମହକେ ତିନି ଭୁବନ।
ଶରତ ଋତୁରେ ସ୍ବଚ୍ଛ ନିରିମଳ ମହକେ ଝରା ଶେଫାଳୀ
ହେମନ୍ତ ଶିଶିର କେତେ ମନୋହର ମହକ ପଡଇ ଝରି।
ଶୀତୁଆ ସକାଳ ଉତ୍ତରା ପବନ ମହକେ ଗେଣ୍ଡୁ ସୋରିଷ
ଲକ୍ଷ୍ମୀ ଠାକୁରାଣୀ ଆସନ୍ତି ମର୍ତ୍ତ୍ଯ କୁ ସଭିଙ୍କ ମନରେ ହସ।
ମହ ମହ ଵାସ କୋଇଲି ଡାକଇ କୁହୁ କୁହୁ ତାନ କରି
ଆସଇ ବସନ୍ତ ବଉଳ ମହକ ବାଜଇ ଯୋଡ଼ି ମହୁରୀ।
ବଇଶାଖ ମାସେ ଖରା ଜାଳି ଦିଏ ସଞ୍ଜରେ ଫୁଟଇ ମଲ୍ଲୀ
ମହକ ଚମକେ ସାରା ଜଗତ ରେ କାଳିଆ ର ଓଠ ନାଲି।
କୁସୁମ ମହକ ହସଇ ଜଗତ ହସୁଛି କଳା ଠାକୁର
ଚନ୍ଦନ କସ୍ତୁରୀ ମହକି ଯାଉଛି ମହକେ ଶିରି ମନ୍ଦିର।
ନୂଆ ବୋହୂ କଥା ଅମୃତ ର ଧାର ମହକେ ତାର ସଂସାର
ଚନ୍ଦନ ମହକେ କହ୍ନେଇ ପାଗଳ ମହକେ ଯମୁନା ଜଳ।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

Related posts

ଜୀ ସାର୍ଥକ ର “ମୋ ଅଗଣାର ତୁଳସୀ ତୁ” ଏବେ ସମସ୍ତ ଙ୍କ ପ୍ରିୟ

Sunil Chandra Nayak

ଶରଣ ଶ୍ରୀକ୍ଷେତ୍ରରୁ ଆଜି ଚିଣ୍ଟୁ ବାବାଙ୍କ ପୁରୀ ଗସ୍ତ

Sunil Chandra Nayak

ପୋଡ଼ାଗଡ଼ ଠାରେ ପ୍ରାକ ଦଶହରା ପାଳିତ         

Sunil Chandra Nayak

Leave a Comment

error: Content is protected !!