ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ସଦର ବ୍ଲକର ପୋଲିସ୍ ଲାଇନ୍ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ 

ଢ଼େଙ୍କାନାଳ ( ମ ନି ସ).୨୨/୧୦ ନିକଟରେ ସ୍ଥାନୀୟ ଜର୍ଜ ଉଚ୍ଚ ପ୍ରାଥମିକ ବଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଡି.ଆଇ.ଇ.ଟି,ଢ଼େଙ୍କାନାଳ ପରିସରରେ ଢ଼େଙ୍କାନାଳ ସଦର ବ୍ଲକର ପୋଲିସ୍ ଲାଇନ୍ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ ଘାଟନୀ ଉତ୍ସବରେ ଢ଼େଙ୍କାନାଳ ସଦର ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଭଗବାନ ବେହେରା, ଏ.ବି.ଇ.ଓ, ଯୋଗଦାନ କରି ସୁରଭି କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ଚିହ୍ନଟ ତଥା ବିକାଶରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ସି. ଆର୍. ସି. ସି. ଝସକେତନ ପ୍ରଧାନ ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଡି.ଆଇ.ଇ.ଟି,ଢ଼େଙ୍କାନାଳର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସୁରଭି କାର୍ଯ୍ୟକ୍ରମକୁ ସୃଜନଶୀଳତା ପ୍ରୋତ୍ସାହନର ପ୍ରତୀକ ଭାବରେ ବର୍ଣ୍ଣନା କରି ଛାତ୍ରୀ ଛାତ୍ର ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନରେ ଏହା ଉତ୍ ପ୍ରେରକର ଭୂମିକା ନିର୍ବାହ କରିଥାଏ ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଓ ମଞ୍ଚାସିନ ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାର ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ପ୍ରତ୍ୟେକ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ବ୍ଲକ୍ ସ୍ତରୀୟ ,ଜିଲ୍ଲାସ୍ତରୀୟ ଓ ଶେଷରେ ରାଜ୍ୟ ସ୍ତରୀୟ ସୁରଭି -୨୦୨୨ ରେ ଅଂଶ ଗ୍ରହଣ କରିପାରିବେ। ବରିଷ୍ଠ ସମସ୍ତ ବିଭାଗରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ,ଢ଼େଙ୍କାନାଳର ଛାତ୍ରୀ, ଛାତ୍ର ମାନେ ବିଦ୍ୟାଳୟ ସଂସ୍କୃତି ବିଭାଗ ଦାୟିତ୍ଵରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଓ ଶିକ୍ଷକ ଡ଼ଃ ଅନୁପମା ମିଶ୍ର,ଦିପ୍ତିସ କୁମାର ଶତପଥୀ ଓ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ମିଳିତ ମାର୍ଗଦର୍ଶନରେ ୭ ଟି ଏକକ ବିଭାଗରେ ପ୍ରଥମ ସ୍ଥାନ ଓ ଦଳଗତ ଦୁଇଟି ବିଭାଗରେ ମଧ୍ୟ ପ୍ରଥମ ସ୍ଥାନ, କନିଷ୍ଠ ୩ ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ମୋଟ୍ ୧୫ ଟି ବିଭାଗରୁ ୧୨ ଟି ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ବ୍ଲକ୍ ସ୍ତରକୁ ଉନ୍ନୀତ ହେବାର ଗୌରବ ଅର୍ଜନ କରିଛନ୍ତି।ବି.ବି. ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ସାହୁ ବାଗ୍ମିତା ଓ ସୃଜନଶୀଳ ଲିଖନରେ ପ୍ରଥମ ସ୍ଥାନ, କିମିକ୍ରିଷ୍ଣା ବେହେରା ବିତର୍କରେ ପ୍ରଥମ, ସ୍ମିତାଶ୍ରୀ ଦେହୁରୀ ପ୍ରବନ୍ଧରେ ପ୍ରଥମ, ସାହିଦ ଜମିଲ୍ ଖାଁ ଡ୍ରଇଁ ଓ ପେଣ୍ଟିଂରେ ପ୍ରଥମ,ଦିବ୍ୟଜ୍ୟୋତି ମହାରଣା କୁଇଜ୍ ରେ ପ୍ରଥମ, ସୋୟାମ୍ନସୁ ଶୁଭଦର୍ଶୀନୀ ଧଳ ସଙ୍ଗୀତରେ ପ୍ରଥମ,ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳାରେ ଶୁଭମ୍ ମିଶ୍ର ଓ ଖଗେଶ୍ୱର ପାତ୍ର ପ୍ରଥମ, ଶ୍ରୀମାନ ସାଇପ୍ରସନ୍ନ ବେହେରା, ସୋମ୍ୟାଶ୍ରୀ ପଟ୍ଟନାୟକ, ସୁଶ୍ରୀ ଶୁଭସ୍ମିତା ଦେହୁରୀ, ସ୍ମୃତି ରଞ୍ଜିତା ଦଳେଇ, ସ୍ମାଇଲ୍ ଶ୍ରୀ ପଟ୍ଟନାୟକ ଓ ରୋଜାଲିନ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଳଗତ ଭାବରେ ପ୍ରଥମ ସ୍ଥାନ, କନିଷ୍ଠ ବିଭାଗରେ ବି.ବି. ହାଇସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଇପ୍ସିତା ପ୍ରିୟଦର୍ଶିନୀ ସାହୁ ଡ୍ରଇଁ ଓ ପେଣ୍ଟିଂରେ ପ୍ରଥମ ସ୍ଥାନ, ସପ୍ତମ ଶ୍ରେଣୀର ଛାତ୍ର ଶୁଭଶାନ୍ତ ମହାପାତ୍ର ସୃଜନଶୀଳ ଲିଖନରେ ପ୍ରଥମ ସ୍ଥାନ ଓ ସପ୍ତମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ସାମଲ ସଙ୍ଗୀତରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସେହିପରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଞ୍ଜକାନ୍ତର ସପ୍ତମ ଶ୍ରେଣୀର ଛାତ୍ରୀ ବସୁନ୍ଧରା ମଲ୍ଲିକ କୁଇଜ୍ ରେ ପ୍ରଥମ ଓ ଷଷ୍ଠ ଶ୍ରେଣୀର ଛାତ୍ରୀ ଦିବ୍ୟାଶା ଦୋରା ଶୃତଲିଖନ ଓ ହସ୍ତାକ୍ଷରରେ ପ୍ରଥମ ଓ ପୋଲିସ୍ ଲାଇନ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କ୍ରିଷ୍ଣା ବେହେରା ବାଗ୍ମିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ପ୍ରଶଂସାପତ୍ର ଓ ପୁରସ୍କାର ଲାଭ କରିବା ସଙ୍ଗେ ସଙ୍ଗେ ବ୍ଲକ୍ ସ୍ତରକୁ ଉନ୍ନୀତ ହେବାର ଗୌରବ ହାସଲ କରି ପାରିଛନ୍ତି।ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ମାନସୀ କର , ସି ଆର୍ ସି ସି ଝସକେତନ ପ୍ରଧାନ, ପଙ୍କଜିନି କର, ଚତ୍ରୁଭୁଜ ପ୍ରଧାନ, ଡ଼ଃ ଅନୁପମା ମିଶ୍ର, ଦିପ୍ତିସ କୁମାର ଶତପଥୀ, ରସାନନ୍ଦ ପ୍ରଧାନ, ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ, ନିରୁପମା ମିଶ୍ର, ସ୍ନେହପ୍ରଭା ସାହୁ, ମହେଶ୍ୱେତା ପଣ୍ଡା, ରତ୍ନମଞ୍ଜରୀ ପୃଷ୍ଟି, ସବିତା ଦ୍ବିବେଦୀ, ରିନା ବେହେରା ଓ ପବିତ୍ର ଦାସ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ସମ୍ପାଦନ କରିଥିଲେ। ନରୋତ୍ତମ ନାୟକଙ୍କ ସମେତ କ୍ଲଷ୍ଟର ଅଧିନରେ ଥିବା ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଯଥା ବି.ବି. ହାଇସ୍କୁଲ, ଡ଼ଃ ଦାଶରଥି ମିଶ୍ର ହାଇସ୍କୁଲ, ଜୁବୁଲି ଟାଉନ୍, ପୋଲିସ୍ ଲାଇନ୍, ଜର୍ଜ, କୁଞ୍ଜକାନ୍ତ,ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆନନ୍ଦ ନଗର ଓ ଶ୍ୟମାଚରଣପୁର ପ୍ରାଥମିକ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁ‌ଷ୍ଠିତ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ସମ୍ଭବ ହୋଇପାରିଥିଲା । ଏହି ପୋଲିସ୍ ଲାଇନ୍ କ୍ଳଷ୍ଟର ଅଧିନରେ ଥିବା ୨ ଟି ପ୍ରାଥମିକ,୫ ଟି ଉଚ୍ଚ ପ୍ରାଥମିକ ଓ ୨ ଟି ଉଚ୍ଚ ବିଦ୍ୟାଳୟ ସର୍ବମୋଟ୍ ୯ ଟି ବିଦ୍ୟାଳୟର ମିଳିତ ଭାବରେ ଆରମ୍ଭ ହୋଇଥିବା ସୁରଭି କାର୍ଯ୍ୟକ୍ରମ -୨୦୨୨ ଆନୁ‌ଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି । ଏହି କ୍ଲଷ୍ଟର ଅଧିନରେ ଥିବା ସ୍କୁଲଗୁଡିକରୁ ବରିଷ୍ଠ ବିଭାଗରେ ୪୫ ଜଣ ବାଳିକା, ୩୧ ଜଣ ବାଳକ ଏପରି ମୋଟ୍ ୭୬ ଜଣ, କନିଷ୍ଠ ବିଭାଗରେ ୨୪ ଜଣ ବାଳିକା,୧୮ ଜଣ ବାଳକ ଏପରି ମୋଟ୍ ୪୨ ଜଣ, ପ୍ରାୟ ସର୍ବମୋଟ୍ ୧୧୮ ଜଣ ଛାତ୍ରୀ, ଛାତ୍ର ଭାଗ ନେଇଥିଲେ । ପରିଶେଷରେ ପୋଲିସ୍ ଲାଇନ୍ କ୍ଲଷ୍ଟରର ସି ଆର୍ ସି ସି ଝସକେତନ ପ୍ରଧାନ ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମ ସଂଯୋଜନା ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ୍

Related posts

ସାହିତ୍ୟ ଅଗଣା

Sunil Chandra Nayak

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ

Sunil Chandra Nayak

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

Leave a Comment

error: Content is protected !!