Uncategorizedବେଣୁଧର ସୂତାର ଙ୍କ କବିତା ଶିଶିର ସୁନ୍ଦରୀ by Sunil Chandra NayakOctober 25, 2022080 Share0 ଶିଶିର ସୁନ୍ଦରୀ ବେଣୁଧର ସୂତାର ନୃତ୍ୟଛନ୍ଦେ ଛନ୍ଦା ମୁଁ ନିହାର ବୁନ୍ଦା ଅଧରେ ମୋ ଚାରୁହସ ଜୀବନ କୁଞ୍ଜେ ମୋ ଆଞ୍ଜୁଳେ ଆୟୁଷ ରମଣୀୟ ରୂପନ୍ୟାସ ।। ସ୍ବର୍ଣ୍ଣ ଗୋଧୂଳିର ଅସ୍ତରାଗ ଝରା ମଣି ମୁକ୍ତା ରତ୍ନ ହାର ନିବିଡ଼ ନିଶିର ହିମକର ସ୍ପର୍ଶେ ମୁଁ ଶିଶିର ରୂପାନ୍ତର ।। ପ୍ରଭାତୀ ଉଷାର ତନୁବଲ୍ଲରୀର ଉଦିତ ଅରୁଣ ରେଣୁ ପରଶେ ଫୁଟେ ମୋ ରୂପର ଚମକ ପ୍ରକୃତିର ଅନୁକୋଣୁ ।। ସୁନା ସୂରୁଯ ର ଚୁନାଚୁନା ସ୍ପର୍ଶେ ସାଜେ ମୁହିଁ ଅପରୂପା ରଙ୍ଗର ପସରା ହୀରାମୋତିଝରା ମରତେ ନିହାର ଟୋପା ।। ସପ୍ନିଳ ଉନ୍ମେଷ ମୋ ଲଳିତ ଲାସ୍ୟ ରୋମାଞ୍ଚ ଝଲକ ଧାରା ସ୍ନିଗ୍ଧ ସ୍ପଟିକର ହେମ ନୀଳ କାନ୍ତି ମାଣିକ ପସରା ଝରା ।। କବି ଭାବୁକଙ୍କ କଳ୍ପନା ସୁନ୍ଦରୀ ନିଖିଳ ନୟନହାରୀ ଭୂଦେବୀ ଶ୍ରୀଅଙ୍ଗ ଚାରୁ ଭୂଷଣ ମୁଁ ଶୋଭମୟୀ ସୁକୁମାରୀ ।। ଶୀତ ସକାଳର ଶିଶିର ଟୋପା ମୁଁ ବିଷ୍ଣୁପଦ ସୃତ ଜଳ ବିମୁଗ୍ଧା ଧରଣୀ ଶ୍ୟାମଳ ଅଙ୍କରେ ଆୟୁଷ ମୋ କ୍ଷୀଣ କାଳ ।। ରୂପ ଉପବନ ନିଃସର୍ଗ ସୁନ୍ଦରୀ ମୁଁ ସୁଷ୍ଟିର ଚାରୁଫୁଲ ଶୁଭ ସକାଳର ଶୁଭ ମନାସେ ମୁଁ ବିତରି ମମତା ମୂଲ ।। କେଶଦୁରାପାଳ କେନ୍ଦୁଝର