ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଶିଶିର ସୁନ୍ଦରୀ

   ଶିଶିର ସୁନ୍ଦରୀ

    ବେଣୁଧର ସୂତାର

 ନୃତ୍ୟଛନ୍ଦେ ଛନ୍ଦା ମୁଁ ନିହାର ବୁନ୍ଦା
ଅଧରେ ମୋ ଚାରୁହସ
ଜୀବନ କୁଞ୍ଜେ ମୋ 
                 ଆଞ୍ଜୁଳେ ଆୟୁଷ
ରମଣୀୟ ରୂପନ୍ୟାସ ।।
ସ୍ବର୍ଣ୍ଣ ଗୋଧୂଳିର ଅସ୍ତରାଗ ଝରା
ମଣି ମୁକ୍ତା ରତ୍ନ ହାର
ନିବିଡ଼ ନିଶିର ହିମକର ସ୍ପର୍ଶେ 
ମୁଁ ଶିଶିର ରୂପାନ୍ତର ।।
ପ୍ରଭାତୀ ଉଷାର ତନୁବଲ୍ଲରୀର
ଉଦିତ ଅରୁଣ ରେଣୁ
ପରଶେ ଫୁଟେ ମୋ ରୂପର ଚମକ
ପ୍ରକୃତିର ଅନୁକୋଣୁ ।।
ସୁନା ସୂରୁଯ ର ଚୁନାଚୁନା ସ୍ପର୍ଶେ
ସାଜେ ମୁହିଁ ଅପରୂପା
ରଙ୍ଗର ପସରା ହୀରାମୋତିଝରା
ମରତେ ନିହାର ଟୋପା ।।
ସପ୍ନିଳ ଉନ୍ମେଷ ମୋ ଲଳିତ ଲାସ୍ୟ
ରୋମାଞ୍ଚ ଝଲକ ଧାରା
ସ୍ନିଗ୍ଧ ସ୍ପଟିକର ହେମ ନୀଳ କାନ୍ତି
ମାଣିକ ପସରା ଝରା ।।
କବି ଭାବୁକଙ୍କ କଳ୍ପନା ସୁନ୍ଦରୀ
ନିଖିଳ ନୟନହାରୀ
ଭୂଦେବୀ ଶ୍ରୀଅଙ୍ଗ ଚାରୁ ଭୂଷଣ ମୁଁ
ଶୋଭମୟୀ ସୁକୁମାରୀ ।।
ଶୀତ ସକାଳର ଶିଶିର ଟୋପା ମୁଁ
ବିଷ୍ଣୁପଦ ସୃତ ଜଳ
ବିମୁଗ୍ଧା ଧରଣୀ ଶ୍ୟାମଳ ଅଙ୍କରେ
ଆୟୁଷ ମୋ କ୍ଷୀଣ କାଳ ।।
ରୂପ ଉପବନ ନିଃସର୍ଗ ସୁନ୍ଦରୀ
ମୁଁ ସୁଷ୍ଟିର ଚାରୁଫୁଲ
ଶୁଭ ସକାଳର ଶୁଭ ମନାସେ ମୁଁ
ବିତରି ମମତା ମୂଲ ।।

କେଶଦୁରାପାଳ

କେନ୍ଦୁଝର

Related posts

ତୀର୍ଯ୍ୟକ

Sunil Chandra Nayak

ରାଷ୍ଟ୍ରପତୀ ପଦ ହାସଲ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଥୁଆମୂଳ ରାମପୁର ବ୍ଳକରେ ବିଜେପି ର ବିଜୟ ଉତ୍ସବ

Sunil Chandra Nayak

ବିଶ୍ଵ ପ୍ରାଣୀ ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!