ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ପୋଲିଓ ଦିବସ ପାଳନ

ରାଉରକେଲା/ ବିଶ୍ବ ପୋଲିଓ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଆମ୍ବାଗାନ ନିକଟସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ରୋଟାରୀଆନ ସଂଧ୍ୟାରାଣୀ ବରାଳ ଙ୍କ ସଭାପତିତ୍ବ ଓ ରୋଟାରୀଆନ ଦିଲ୍ଲୀପ କୁମାର ଭୁଇଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ଡଃ ଅଞ୍ଜନା ମୈତ୍ର, ଅର୍ଚ୍ଚନା ମହାନ୍ତି,ବିଭୁ ନାୟକ, କୁମାର ବେହେରା,ଲଳିତା ମୁଦୁଲି,କାବେରୀ ବାନାର୍ଜୀ, ଗୌରୀ ନାଗ,ଡଃ ସରିତା ମଲ୍ଲ,ପ୍ରଫୁଲ୍ଲ କୁମାର ପତି, ସଂଧ୍ୟା ସାହୁ,ଚମ୍ପାବତୀ ଅମାତ,ସୁଚିସ୍ମିତା ବିଶ୍ବାସ, କୁଲଜିତ ସିଦ୍ଧୁ, ପୁତୁଲ ରାହୁଲ,ପୁନମ କାପୁର ଓ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦନ ବିଶ୍ବାସ, ଦୀପିକା ହାଜରା ଓ ଜୟନ୍ତୀ ହାଲଦାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା । ଶେଷରେ ରୋଟାରୀଆନ ଶ୍ରୀ ଭୁଇ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବ ନିର୍ମିତ ଶିବ ମନ୍ଦିର ଉଦଘାଟିତ

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!