ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀପାବଳି ଉପଲକ୍ଷେ ଓଡିଶା ଡ୍ରାଇଭର ମହାସଂଘର ମହାମିଳନ ଉତ୍ସବ ପାଳିତ

କାମାକ୍ଷାନଗର (ମ ନି ସ)25/10 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତରେ ଓଡିଶା ଡ୍ରାଇଭର ମହାସଂଘର ମହାମିଳନ ଉତ୍ସବ ପାଳିତ ହୋଇଯାଇଛି ! ସାରା ଦେଶ ଦୀପାବଳି ଉତ୍ସବ ପାଳନ କରୁଥିବା ବେଳେ ଓଡିଶା ଡ୍ରାଇଭର ମହାସଂଘ ନିଆରା ଢଙ୍ଗରେ ପାଳନ କରିଛନ୍ତି ମହାମିଳନ ଉତ୍ସବ l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସହ ସମ୍ପାଦକ ଓ ଯାଜପୁର ଜିଲ୍ଲା ସଭାପତି ମାନସ ଦେବତା, ଯୋଗ ଦେଇ ଥିବା ବେଳେ , ଯାଜପୁର ଜିଲ୍ଲା ଉପ ସଭାପତି ଅମୀର ପତି , ଜିଲ୍ଲା ଉପଦେଷ୍ଟା ମଣ୍ଡଳୀର ଜିତେନ୍ଦ୍ର ପଣ୍ଡା,ଯାଜପୁର ଜିଲ୍ଲା ସମ୍ପାଦକ ଶରତ ଭାଇ,ଜିଲ୍ଲା ସଭାପତି ନରୋତ୍ତମ ଭାଇ, ହିନ୍ଦୋଳ ବ୍ଲକ ସଭାପତି ଆଲୋକ ଭାଇ, କଙ୍କଡ଼ାହାଡ଼ ବ୍ଲକ ସଭାପତି ଚତୁର୍ଭୁଜ ମହାନ୍ତ ଆଦି ଯୋଗ ଦେଇ ଥିଲେ ! ଓଡିଶା ଡ୍ରାଇଭର ମହାସଂଘ ଦଶ ଦଫା ଦାବି ନେଇ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିବା ବେଳେ କିଭଳି ସାହାଯ୍ୟ ସହଯୋଗ ପହଁଚି ପାରିବ ସେ ବିଷୟରେ ବିଶେଷ ଆଲୋଚଳ କରାଯାଇ ଥିବା ବେଳେ, ଭାଇ ଚାରା ସମ୍ପର୍କ ସଦା ସର୍ବଦା ନିବିଡ ସମ୍ପର୍କରେ ବାନ୍ଧି ହୋଇ ରହିବା ପାଇଁ ଶପଥ ପାଠ କରାଇ ଥିଲେ ! କଥାରେ ଅଛି ” ଏକତା ହିଁ ବଳ ” ଏକତା ରହିବା ସରକାରଙ୍କ ଠାରୁ ଆମ ହକ ଆଣିବା କହି ସ୍ଲୋଗାନ ଦେଇ ଥିଲେ l ସଭାର ଅତିଥି ମାନଙ୍କ ସାମ୍ନାରେ ଏକ ନିଆରା ଢଙ୍ଗରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରା ଯାଇ ଥିଲା l ମଞ୍ଚାସୀନ ଥିବା ଅତିଥିଙ୍କ ଗହଣରେ ସେଭେନ ଷ୍ଟାର ଡାନ୍ସ ଗ୍ରୁପ କୁ ପୁରସ୍କୃତ କରିବା ସହିତ ଓଡିଶା ଡ୍ରାଇଭର ମହାସଂଘ ରେ ଜଡିତ ହୋଇ ରହିଥିବା ସଦସ୍ୟ ମୃତ୍ୟୁ ବରଣ କରିଥିବା ପରିବାରକୁ ସମ୍ମାନିତ କରିଥିଲେ ! ଏ ମହାମିଳନ ପର୍ବରେ ବାଲିକୁମା ପଞ୍ଚାୟତର ସମସ୍ତ ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ ମାନଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରା ଯାଇ ଥିଲା !

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ପୂର୍ବତନ କଳାହାଣ୍ଡି ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ସଙ୍କଟରେ ପହରିଆ ସମ୍ପ୍ରଦାୟର ଲୋକେ, ନିଜ କୌଳିକ ବୃତ୍ତି ହରାଇବାକୁ ବସିଛନ୍ତି !

Sunil Chandra Nayak

Leave a Comment

error: Content is protected !!