ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାତିଗୁଡା ରେ ପାଳନ ହେଲା ମା ଶ୍ୟାମାକାଳୀ ପୂଜା

ତେନ୍ତୁଳିଖୁଣ୍ଟି -୨୫/୧୦/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଠାରେ ଧୁମ ଧାମରେ ମା ଶ୍ୟାମାକାଳୀ ପୂଜା ପାଳନ ହୋଇଯାଇଛି ।ଗତ କାଲି ସନ୍ଧ୍ୟା ରେ ଆରମ୍ଭ ହୋଇଥିଲା ମାଙ୍କ କଳସ ଯାତ୍ରା ଏହି କଳସ ଯାତ୍ରା ରେ ଶତାଧିକ ଭକ୍ତ ଯୋଗଦେଇ ଇନ୍ଦ୍ରାବତୀ ନଦୀଘାଟ ଠାରୁ ଜଳ ସଂଗ୍ରହ କରି ମାଙ୍କ ପୂଜା ମଣ୍ଡପକୁ ନେଇଥିବା ଦେଖିବାକୁ ମିଳିଥିଲା । ପ୍ରାୟ 8ଟା ବେଳେ ଖାତିଗୁଡା ଗ୍ରାମ ଦେବୀ ଙ୍କ ମନ୍ଦିର ରୁ ଲାଠି ଆସିଥିବା ଦେଖାଯାଇଛି। ଅର୍ଦ୍ଧରାତ୍ରି ରୁ ଆରମ୍ଭ ହୋଇଥିଲା ମାଙ୍କ ପୂଜାର୍ଚ୍ଚନା ।ଏହି ପୂଜାର ମୁଖ୍ୟ ମୋଦନ ମୋହନ ରହିଥିବା ବେଳେ କେଦାରଗୌରୀ ପଣ୍ଡା ଓ ତାଙ୍କ ଧର୍ମ ପତ୍ନୀ ରଶ୍ମିତା ପଣ୍ଡା କର୍ତ୍ତା ରହି ଥିଲେ । ପଣ୍ଡିତ କୃଷ୍ଣଚନ୍ଦ୍ର କର ଶର୍ମା ରାତି ରେ ଆରମ୍ଭ କରିଥିଲେ ମା ଙ୍କ ପୁଜା ବିଧି ଚଣ୍ଡି ପାଠରେ କମ୍ପିଥିଲା ମାଙ୍କ ପୂଜା ମଣ୍ଡପ ।ଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁ ପୂଜା ମଣ୍ଡପରେ କେବଳ ସାଜସଜ୍ଜା କାମ ରହୁଥିଲା। କିନ୍ତୁ ଚଳିତ ବର୍ଷ କରନା କଟକଣା ଟଳି ଯାଇଥିବାରୁ ବେଶ ଖୁସି ଥିବା ଖାତିଗୁଡା ମା ଶ୍ୟାମାକାଳୀ ପୂଜାକମିଟି ପକ୍ଷରୁ ସୁଚନା ମିଳିଛି ।ଖାତିଗୁଡା ଗ୍ରାମରେ ଏବର୍ଷ ସହ ୨୨ବର୍ଷ ପୂର୍ତ୍ତି ହବ ବୋଲି କହିଛନ୍ତି ମୋଦନ ମୋହନ । ମୋଦନ ମୋହନ ଜଣେ ଶ୍ୟାମାକାଳୀଙ୍କ ଭକ୍ତ ହୋଇଥିବାରୁ ଖାତିଗୁଡା ଓ ଆଖପାଖ ଅଞ୍ଚଳର ଲୋକେ ମଦନ ଗୁରୁ ବୋଲି ଡାକିଥାନ୍ତି ଓ ମାନିଥାନ୍ତି ।ଏହି ପୂଜାରେ ଗ୍ରାମର ମୁଖ୍ୟ ଲୋକଙ୍କ ଉପସ୍ଥିତ ରେ ପୂଜାବିଧି ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମ ହୋଇଥାଏ । ୨୫ ତାରିଖ ସୂର୍ଯ୍ୟ ପରାଗ ଲାଗିଥିବାରୁ ମାଙ୍କ ପୂଜା ବନ୍ଦ ଥିବା ଦେଖିବାକୁ ମିଳିଥିଲା ।ଆସନ୍ତା କାଲି ୨୬ତାରିଖ ଦିନ ପୁଣି ସକାଳୁ ପୂଜା ଆରମ୍ଭ ହବ ବୋଲି କହିଥିଲେ ପୂଜକ କର ଗୋସେଇଁ ।ଭକ୍ତଙ୍କ ମନୋରଞ୍ଜନ ପାଇଁ ମାଙ୍କ ପୀଠରେ ହୋଇଥିଲା କୋରାପୁଟିଆ ନାଚ ଏହି ନାଚ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ସହ ରଙ୍ଗ ବେରଙ୍ଗ ଦୋକାନ ବସିଥିବା ଦେଖିବାକୁ ମିଳିଥିଲା । ମା ଶ୍ୟାମାକାଳୀ ପୂଜାପୀଠରେ ଆଖ ପାଖ ଅଞ୍ଚଳ ସହ ଦୂରଦୂରାନ୍ତରୁ ଭକ୍ତଙ୍କ ଗୋହଳି ଲାଗିଥିବା ଦେଖିବାକୁ ମିଳିଥିଲା । ଆସନ୍ତା ଶୁକ୍ରବାର ଦିନ ମାଙ୍କ ଭସାଣି ଯାତ୍ରା କରାଯିବ ମା ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଏବିଭିପି ଦ୍ଵାରା ନର୍ଲାରେ ଋତୁମତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ଆଜି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ର ଭସାଣି ଉତ୍ସବ 

Sunil Chandra Nayak

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

Sunil Chandra Nayak

Leave a Comment

error: Content is protected !!