ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜିତା ପତି ଙ୍କ କବିତା ପ୍ରାରଵ୍ଧ

  ପ୍ରାରଵ୍ଧ 

                  ରଞ୍ଜିତା ପତି

 
    ପ୍ରାରଵ୍ଧ ର ଫଳ
     ଅବଶ୍ୟମ୍ଭାବୀ ଯେ
             ଅବଶ୍ୟ ଭୁଞ୍ଜିଵେ ସର୍ଵେ
ରହିଅଛି କଥା
ପୂର୍ବ ଜନ୍ମ ଫଳ
         ମନୁଷ୍ୟ ଭୋଗେ ଏ ଜନ୍ମେ
କୃତକର୍ମ ଫଳ
କର୍ମ ଅନୁସାରେ
       ଜୀବନେ ହୁଏ ପ୍ରାପତ
ଭଲକର୍ମ ପାଇଁ
ଭଲଫଳ ପୁଣି
      ମନ୍ଦ କର୍ମ ରେ ଵିଷାଦ
ପ୍ରାରଵ୍ଧ ରହିଛି
ରହିଥିବ ଭଵେ
      ଈଶ୍ଵର ଙ୍କୁ କରଧ୍ୟାନ
ଉଚିତ କର୍ମରେ
ସଦାବ୍ରତୀ ହେଲେ
        ଧନ୍ୟ ହେଵ ଏ ଜୀବନ
ଅପଚିନ୍ତା ହରି
ପାପକର୍ମ ତେଜି
         ସଞ୍ଚୟ କର ସୁକର୍ମ
ପୂଣ୍ୟମୟ ହେଵ
ଜୀଵନ ସରସୀ
        ନଥିବ ପ୍ରାରଵ୍ଧ ନାମ
ଏ ଜୀଵନ ଅଟେ
ଅଳିକ ଭଙ୍ଗୁର
         ପ୍ରଭୁ ପଦେ ଥାଉ ମତି
ପ୍ରାରଵ୍ଧୁ ତାରିବେ
ସେ ମଙ୍ଗଳମୟ
       ମୋକ୍ଷ ଅର୍ଥେ ବିଶ୍ଵପତି ।

      ଗଞ୍ଜାମ

Related posts

ମହିଳା ଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଧେହ

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ’ ଓସ୍ୱାସ୍’ ଅନ୍ ଲାଇନ୍ ଚିଠି ଓ ନଥିପତ୍ର କାର୍ଯ ର ଶୁଭାରମ୍ଭ

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!