ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜିତା ପତି ଙ୍କ କବିତା ପ୍ରାରଵ୍ଧ

  ପ୍ରାରଵ୍ଧ 

                  ରଞ୍ଜିତା ପତି

 
    ପ୍ରାରଵ୍ଧ ର ଫଳ
     ଅବଶ୍ୟମ୍ଭାବୀ ଯେ
             ଅବଶ୍ୟ ଭୁଞ୍ଜିଵେ ସର୍ଵେ
ରହିଅଛି କଥା
ପୂର୍ବ ଜନ୍ମ ଫଳ
         ମନୁଷ୍ୟ ଭୋଗେ ଏ ଜନ୍ମେ
କୃତକର୍ମ ଫଳ
କର୍ମ ଅନୁସାରେ
       ଜୀବନେ ହୁଏ ପ୍ରାପତ
ଭଲକର୍ମ ପାଇଁ
ଭଲଫଳ ପୁଣି
      ମନ୍ଦ କର୍ମ ରେ ଵିଷାଦ
ପ୍ରାରଵ୍ଧ ରହିଛି
ରହିଥିବ ଭଵେ
      ଈଶ୍ଵର ଙ୍କୁ କରଧ୍ୟାନ
ଉଚିତ କର୍ମରେ
ସଦାବ୍ରତୀ ହେଲେ
        ଧନ୍ୟ ହେଵ ଏ ଜୀବନ
ଅପଚିନ୍ତା ହରି
ପାପକର୍ମ ତେଜି
         ସଞ୍ଚୟ କର ସୁକର୍ମ
ପୂଣ୍ୟମୟ ହେଵ
ଜୀଵନ ସରସୀ
        ନଥିବ ପ୍ରାରଵ୍ଧ ନାମ
ଏ ଜୀଵନ ଅଟେ
ଅଳିକ ଭଙ୍ଗୁର
         ପ୍ରଭୁ ପଦେ ଥାଉ ମତି
ପ୍ରାରଵ୍ଧୁ ତାରିବେ
ସେ ମଙ୍ଗଳମୟ
       ମୋକ୍ଷ ଅର୍ଥେ ବିଶ୍ଵପତି ।

      ଗଞ୍ଜାମ

Related posts

ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ

Sunil Chandra Nayak

ନବନିର୍ବାଚିତ ରାଷ୍ଟ୍ରପତି ଫଳା ଫଳକୁ ନେଇ ମୋଟଙ୍ଗା ମଣ୍ଡଳରେ ବିଜୟ ଉତ୍ସବ ପାଳିତ 

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ ଗଳ୍ପ ଉପସ୍ଥିତ ବୁଦ୍ଧି 

Sunil Chandra Nayak

Leave a Comment

error: Content is protected !!