ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଷ୍ଟପ୍ରହରୀ ନିମନ୍ତେ ପ୍ରସ୍ତୁତି ବୈଠକ , ଚଳିତ ବର୍ଷ କଳାହାଣ୍ଡିରୁ ଆସିବେ କୀର୍ତନ ଦଳ 

ପଞ୍ଚୁକ ନିମନ୍ତେ ସ୍ବତନ୍ତ୍ର ଆୟୋଜନ 

ରାଇଘର (ମ ନି ସ)୨୬/୧୦ – ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ତ୍ରିନାଥ ମନ୍ଦିର ଠାରେ ୨୦ ବର୍ଷ ଧରି ଅନୁଷ୍ଠିତ ହେଉଥିବା ଅଷ୍ଟ ପ୍ରହରୀ ଚଳିତ ବର୍ଷ ଧୁମ୍ ଧାମ୍ ରେ ପାଳନ ହେବା ନିମନ୍ତେ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି l କମିଟି ପକ୍ଷରୁ ସୂଚନା ଅନୁଯାୟୀ ଚଳିତ ବର୍ଷ ପଞ୍ଚୁକ ନିମନ୍ତେ ନଭେମ୍ବର ୪ତାରିଖ ଠାରୁ ପୂଜା ବିଧି ଆରମ୍ଭ ହେବ l ୪ତାରିଖ ସନ୍ଧ୍ୟାରେ କମିଟି ପକ୍ଷରୁ ୫ଶହ ଦୀପ ପ୍ରଜ୍ଜଲନ ହେବ l ୫ତାରିଖ ଅଧିବାସ,କଳସ ଯାତ୍ରା, ୬ତାରିଖ ସକାଳ ୬ଟା ଠାରୁ ୭ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ନାମ ସଂକୀର୍ତନ କାର୍ଯ୍ୟକ୍ରମ ରହିଛି l ୬ତାରିଖ ରବିବାର ଦିନ ୧୨ଟା ସମୟ ଠାରୁ ରାତ୍ରୀ ପର୍ଯ୍ୟନ୍ତ ପ୍ରସାଦ ସେବନର ବ୍ୟବସ୍ଥା ଓ ୭ତାରିଖ ସୋମବାର ଦିନ ୯ଟା ସମୟ ରେ ନଗର ସଂକୀର୍ତନ ହେବ l ଅଷ୍ଟ ପ୍ରହରୀ ନିମନ୍ତେ ଚଳିତ ବର୍ଷ ମୋଟ ୮ଟି କୀର୍ତନ ଦଳ ସାମିଲ୍ ହେଉଥିବା ବେଳେ କଳାହାଣ୍ଡିର ତିନି ଗୋଟି କୀର୍ତନ ଦଳ ସାମିଲ୍ ହେବେ l ଚଳିତ ବର୍ଷ ମହାଆଡମ୍ବରରେ ଅଷ୍ଟପ୍ରହରୀ ଅନୁଷ୍ଠିତ ହେବାକୁ ଥିବା ବେଳେ କମିଟିର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସହଯୋଗ ଆରମ୍ଭ କରିଛନ୍ତି l ଅଷ୍ଟପ୍ରହରୀ ନିମନ୍ତେ ସବୁ ମହଲରେ ସହଯୋଗ ହେଉଥିବା ବେଳେ ଚଳିତ ବର୍ଷ ସମ୍ପୁର୍ଣ୍ ନୂଆ ଢ଼ଙ୍ଗ ଅଷ୍ଟପ୍ରହରୀ ଅନୁଷ୍ଠିତ ହେବ l ଆଲୋକମାଳା ସଜ୍ଜାରେ ଆଲୋକିତ ହେବା ସହ ରାଇଘର ମୁଖ୍ୟ ବଜାର ରେ ହରେ କୃଷ୍ଣ ନାମରେ ପ୍ରଚାରିତ ହେବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁନା ସେଠୀ ଙ୍କ କବିତା ହେ ସମୟ…..

Sunil Chandra Nayak

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(NPS)ଆନ୍ଦୋଳନ ପାଇଁ ସଜବାଜ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋକସରା କଲେଜରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!