ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

ଡାବୁଗାଁ, ୨୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଟୁଟିଗୁଡା ଗ୍ରାମରେ ବୁଧବାର ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଅଧୀନ ଟୁଟିଗୁଡା ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୧ ଘ. ସମୟରେ ସନବାରି ଭତ୍ରା (୫୮) ନିଜ ଘରେ ମଧ୍ୟାନ୍ନ ଭୋଜନ ଖାଇ ସାରି ନିଜ ଧାନ ଜମିକୁ ଯାଇଥିଲେ | ଉକ୍ତ ଧାନ ଜମିହିଡରେ ଯାଉଥିବା ବେଳେ ଏକ ସାପ କାମୁଡି ଦେଇଥିଲା | ସାପ କାମୁଡିବାରୁ ସନବାରି ଚିତ୍କାର କରିବାରୁ ଧାନ ଜମି ପାଖରେ ଥିବା ମକା ଜମିରେ ତାଙ୍କ ପୁଅ ଆସି ପହଞ୍ଚିଥିଲେ | ଏହା ପରେ ସନବାରିଙ୍କୁ ଘରକୁ ନେଇଥିଲେ | ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକଙ୍କ ପୁଅ ସୁକୁମନ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଘଟଣାସ୍ଥଳରେ ଆଇଆଇସି ପ୍ରମୋଦ କୁମାର ନାୟକ ଓ ଏଏସଆଇ ଶିଶିରକାନ୍ତି ଘୋଷ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାନ୍ୟବର ସୁପ୍ରିମ କୋର୍ଟ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଆଦେଶନାମା ଜାରି ପରିପ୍ରେକ୍ଷୀରେ..

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର ଦୁଇ ପରିବାର ହନ୍ତସନ୍ତ

Sunil Chandra Nayak

ଜୁନାଗଡ଼ ବ୍ଲକ ସ୍ତରୀୟ ଆଶା ସଂଘ ଗଠିତ

Sunil Chandra Nayak

Leave a Comment

error: Content is protected !!