ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ, ସୁରଭି-୨୦୨୨

ଧର୍ମଗଡ:୨୬/୧୦/୨୨: ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ରାହ୍ମଣ ଛେଣ୍ଡିଆ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି -୨୦୨୨ ଅନୁଷ୍ଠିତ ହୋଇ ଯାଇଛି l ବ୍ରାହ୍ମଣ ଛେଣ୍ଡିଆ ସି ଆର ସି ସି ଟିକେଶ୍ୱର ନାଏକ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ମନୋଜ କୁମାର ନାଏକ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମ ରେ ମୋଟ ୧୭ ଗୋଟି ବିଷୟରେ ପ୍ରତିଯୋଗିତା ହୋଇଥିଲା l କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାକୁ ବିକାଶ କରିବା l ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗ ଓ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗ ଉଭୟ ବିଭାଗକୁ ନେଇ ପ୍ରତିଯୋଗିତା ହୋଇଥିଲେ l ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରଭାକର ଯୋଶୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ନାଏକ ଓ ସମ୍ମାନିତ ଅଥିତି ଭାବରେ ଚିଲିପା ଗ୍ରାମପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମୁଣ୍ଡ,ବ୍ରାହ୍ମଣ ଛେଣ୍ଡିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ମୁଣ୍ଡ, ସିଆଲିକନାପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ବେହେରା ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରିଥିଲେ l ଶିକ୍ଷାର୍ଥୀ ମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ତର୍କ, ବକୃତା,ଚିତ୍ରାଙ୍କନ,ସୃଜନାତ୍ମକ ଲିଖନ, ଶୃତଲିଖନ ଓ ହସ୍ତାକ୍ଷର,ସଂଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ,କୁଇଜ୍, ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ ଏବଂ କୃତିତ୍ୱ ପାଇଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଯେଉଁ ଛାତ୍ର/ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଆଗାମୀ ଦିନରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ l କାର୍ଯ୍ୟକ୍ରମକୁ ପ୍ରେମଲାଲ ଜଗତ ପରିଚାଳନା କରିଥିବା ବେଳେ ଅଭିଳାଷୀ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀ ଛାତ୍ରୀ ସହଯୋଗ କରିଥିଲେ l

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଉଜ୍ୱଳ ତାରକା ମୋ ଉତ୍କଳମଣି 

Sunil Chandra Nayak

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!