ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଉନି ଓ ହଂସପଡ଼ା ରେ ଦୀପାବଳି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୬/୧୦-( ମ ନି ସ) କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଶିଉନି ଓ ଟେମରା ପଞ୍ଚାୟତ ହଂସପଡ଼ା ଗ୍ରାମରେ ଜହ୍ନି ଓଷା କମିଟି ପକ୍ଷରୁ ଦୀପାବଳି ଉତ୍ସଵ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଉନି ଠାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରାଡଙ୍ଗା ସରପଞ୍ଚ ନିରୁପମା ସେଠି, ମୁଖ୍ୟବକ୍ତା ଉପେନ୍ଦ୍ର ପ୍ରସାଦ ଅଗସ୍ତି, ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଯୋଗଦେଇ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡ଼୍ୟାନ୍ସରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ସୁଧୀର ଧଙ୍ଗଡା ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଈଶ୍ୱରୀ ପ୍ରସାଦ ଅଗସ୍ତି, ଅମିତ କୁମାର ପଣ୍ଡା, ପରମେଶ୍ବର ଧଙ୍ଗଡା ମାଝୀ, ଗିରିଶ ଚନ୍ଦ୍ର ସରାବୁ ବିଚାରପତି ଭାବେ ଉପସ୍ଥିତ ରହିଥିଲେ। ନରେନ୍ଦ୍ର ଧଙ୍ଗଡା ମାଝୀ, ସନାତନ ପଣ୍ଡା, ଭୁବନେଶ୍ୱର ଦିଶାରୀ, ସୁବାଷ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ।ହଂସପଡ଼ା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୁଗଳ ହଂସ, ମୁଖ୍ୟବକ୍ତା ପୁର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ସମ୍ମାନିତ ଅତିଥି ଟେମରା ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ଯୋଗଦେଇ ଥଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ହଂସପଡ଼ା ଜହ୍ନି ଓଷା କମିଟିର ଝିଅ ମାନେ ସମ୍ବଳପୁରୀ ଗିତରେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ କମିଟି ସଭାପତି କ୍ଷୀରସିନ୍ଧୁ ହଂସ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

Related posts

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ଏମ ରାମପୁର ବ୍ଳକ ଅଧ୍ୟକ୍ଷା ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥିନୀ ନିର୍ବାଚିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!