ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

କୋକସରା,୨୬/୧୦- (ମ ନି ସ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକରେ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକର ମାଝୀଗୁଡା ଗ୍ରାମରୁ ଧର୍ମଗଡ ବିଧାୟକ ମୋୖଷଧି ବାଗ ଏହି ପଦଯାତ୍ରାର ଉଦଘାଟନ କରିଥିଲେ। ବିଜେଡିର ଶତାଧିକ କର୍ମକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହୋଇ ମାଝୀଗୁଡାରୁ ଶୋଭାଯାତ୍ରାରେ ବାହାରି ନବୀନ ସରକାରଙ୍କ ଜନ ହିତକର ଯୋଜନା ଉପରେ ଲୋକଙ୍କୁ ଅବଗତ କରିବା ସହ ବିଜେଡି ସରକାର ଓଡ଼ିଶାର ବିକାଶରେ ଏକମାତ୍ର ବିକଳ୍ପ ବୋଳି ମତ ରଖିଥିଲେ। ପଦଯାତ୍ରା କୋକସରା ସଦର ମହକୁମାରେ ଥିବା ଧାନ ମଣ୍ଡିରେ ପହଞ୍ଚିବା ପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ ବ୍ଲକ ବିଜେଡି ସଭାପତି ସୁଶାନ୍ତ ବେହେରା ପରିଚାଳନା କରିଥିବା ବେଳେ ବିଜେଡିର ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ , କୋକସରା ଯୋନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ବ୍ଲକ ନାରିନେତ୍ରୀ ଅଶୋକା ନାଏକ, ବିଧାୟକ ପ୍ରତିନିଧି ଯୁବନେତା ମାନସ ରଞ୍ଜନ ବାଗ, ବରିଷ୍ଠ ନେତା ଦୁର୍ଗା ନାଏକ, ପର୍ଶୁରାମ ପ୍ରଧାନୀ, ବିଶେଶ୍ୱର ଦାସ, ବିଜେଡି ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଯାଦବ ସମାଜ ସଭାପତି ବିନୋଦ ବିହାରୀ ରାଉତ, ଧବଳେଶ୍ବର ନାଗ, ଯୁଗଳ କିଶୋର ହଂସ , ଅନୁସୂଚିତ ଜାତି ସେଲ ସଭାପତି ରମେଶ ଦୁର୍ଗା, ଆତ୍ମା ଅଧ୍ୟକ୍ଷ ୠତୁରାଜ ମାଝୀ, ଛାତ୍ର ଜନତା ଦଳ ସଭାପତି ମାନସ ବେହେରା, ମହେଶ ଗୁପ୍ତା, ଅଜିତ କୁମାର ପଟ୍ଟନାୟକ ସମେତ ଶତାଧିକ ପୁରୁଷ ମହିଳା, ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ କର୍ମକର୍ତ୍ତା ସାମିଲ ହୋଇଥିଲେ। ପଦଯାତ୍ରାକୁ ସଫଳ ରୂପାୟନ ଦେବାରେ ବିଜେଡି କର୍ମି ଅଭିମନ୍ୟୁ ଗୋପାଳ, ପ୍ରମୋଦ ପ୍ରଧାନୀ, ଅଜୟ ସାହୁ, ବିଶ୍ୱନାଥ ପଟ୍ଟନାୟକ, ବିଜୟ ପଣ୍ଡା, ସୁରେଶ ସାହୁ, ପ୍ରମୋଦ ବେହେରା, ମାନସ ପ୍ରଧାନୀ, ବସନ୍ତ ପଟ୍ଟନାୟକ, ଧନସିଂ ବାଗ,ଅରବିନ୍ଦ ପଟ୍ଟନାୟକ, ହେମନ୍ତ ବାଣୁଆ, ପ୍ରସନ୍ନ ବାରିକ, ଦୁଷ୍ମନ୍ତ ପାତ୍ର, ମନୁରାମ ପଟେଲ, ନିଳାମ୍ବର ବାରିକ ପ୍ରମୁଖ ପଦଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

Related posts

ସମସ୍ୟା ଘେରରେ ଏସଟି ବାଳିକା ହଷ୍ଟେଲ , ହଷ୍ଟେଲ ଛାଡିଛନ୍ତି ୭୦’ ଅନ୍ତେବାସୀ

Sunil Chandra Nayak

ଲକ୍ଷ୍ମୀ ବଜାର ପୂଜା କମିଟି ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ରାଜ୍ୟପାଳ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପାଉଁଶ ତଳର ନିଆଁ 

Sunil Chandra Nayak

Leave a Comment

error: Content is protected !!